ସମୟା ପାଖାପାଖି ଅପରାହ୍ନ ୩ଟା ୪୦ । ମୋଦୀ ପଶ୍ଚିମବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା କଲାଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରୁ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଆସି ବାହାନଗାରେ ଓହ୍ଲାଇଲେ ପ୍ରଧାନମନ୍ତ୍ରୀ । ସେଠାରୁ ସେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବାୟୁସେନାର ଅଧିକାରୀଙ୍କ ସହିତ ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ଘଟଣାସ୍ଥଳରେ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ ଓ ବଗି ନିକଟକୁ ଯାଇ ବୁଲି ଦେଖିଛନ୍ତି। ପ୍ରାୟ ଅଧ ଘଣ୍ଟା ଧରି ଘଟଣାସ୍ଥଳରେ ରହି ସ୍ଥିତି ପରଖିଛନ୍ତି। ଦୁର୍ଘଟଣାସ୍ଥଳରେ ରେଳମନ୍ତ୍ରୀ, ରେଳବାଇର ବରିଷ୍ଠ ଅଧିକାରୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ଏନଡିଆରଏଫ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ କ’ଣ ସହଯୋଗର ଆବଶ୍ୟକତା ଅଛି, ସେନେଇ ପଚାରି ବୁଝିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଓ କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କଥା ହୋଇ ସରକାରଙ୍କ ଦ୍ବାରା ଯଥାସମ୍ଭବ ସାହାଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାପରେ ଘଟଣାସ୍ଥଳରୁ ସିଧା ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ଡାକ୍ତରଖାନାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ଓ ଗୁରୁତରଙ୍କୁ ଠିକ୍ ଚିକିତ୍ସା କେମିତି ଯୋଗାଯିବ ସେନେଇ ବାଲେଶ୍ୱର ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ସହ ସିଧା ଆଲୋଚନା କରିଥିଲେ । ଦୁର୍ଘଟଣା ତାଙ୍କୁ ଭୀଷଣ ଭାବେ ମର୍ମାହତ କରିଛି ।
ଘଟଣାର ତଦନ୍ତ ଚାଲିଥିବା ବେଳେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଭରସା ଦେଇଛନ୍ତି ପିଏମ୍ । ଏପରିକି ରାଜ୍ୟ ସରକାରଙ୍କ ଠାରୁ ସ୍ଥାନୀୟ ଅଞ୍ଚଳର ଲୋକେ, ଯେଉଁମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ, ଯେଉଁମାନେ ରାତିରେ ଲାଇନରେ ଛିଡ଼ା ହୋଇ ରକ୍ତଦାନ କରିଥିଲେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଯାହା ଆବଶ୍ୟକ ସାହାଯ୍ୟ ସବୁ ତାଙ୍କ ସରକାର କରୁଥିବା ମୋଦି କହିଛନ୍ତି ।ରାଷ୍ଟ୍ରନାୟକର କର୍ତ୍ତବ୍ୟ ହେଉଛି ଦେଶର ବିପତ୍ତି ସମୟରେ ଦୁର୍ଜୟ ଦମ୍ଭରେ ତାର ମୁକାବିଲା କରିବା । ପ୍ରଧାନମନ୍ତ୍ରୀ ମଧ୍ୟ ଗ୍ରାଉଣ୍ଡଜିରୋରେ ପହଞ୍ଚିବା ସହ ଦୁର୍ଘଟଣାର ଟିକିନିଖି ଅପଡେଟ୍ ନେଇଛନ୍ତି । ଆଗରେ ରହି ବିପର୍ଯ୍ୟୟର ମୁକାବିଲା କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: