କଟକ ରେଳ ଷ୍ଟେସନକୁ ଖୁବଶୀଘ୍ର ବିଶ୍ଵ ସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ। ଏଥିପାଇଁ ମଞ୍ଜୁର ହୋଇଛି 303 କୋଟି ଟଙ୍କା । ଏଥିସହ ରାଜ୍ୟ 57ଟି ରେଳ ଷ୍ଟେସନ ଆଧୁନୀକିରକରଣ କରାଯାଉଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ଏବେ ରେକର୍ଡ ସ୍ପିଡରେ ନୂଆ ରେଳପଥ ନିର୍ମାଣ ଚାଲିଛି । ଯାହାକି ଗତ 75 ବର୍ଷରେ କେବେ ହୋଇନଥିବା କହିଛନ୍ତି ଅଶ୍ବିନୀ । ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟର 12ଟି ଜିଲ୍ଲାରେ 5G ଚାଲୁ ହୋଇସାରିଲାଣି ଏବଂ 7 ହଜାର ଗାଁରେ ଟାୱାର ନିର୍ମାଣ ପାଇଁ ମୋଦି ସରକାର 5 ହଜାର 600 କୋଟିର ଅନୁଦାନ ଦେଇଛନ୍ତି ବୋଲି କହିଛନ୍ତି ଅଶ୍ବିନୀ । ମୋଦି ସରକାର ଆସିବା ପରେ ରେଳ ବଜେଟରେ ଓଡ଼ିଶାକୁ ଅର୍ଥ ଅଜାଡ଼ି ଦିଆଯାଉଥିବା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢନ୍ତୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କୁହନ୍ତି, ପୂରଣ କରନ୍ତି
ଓଡ଼ିଶାର କିମ୍ବଦନ୍ତୀଙ୍କ ଡାକ ଟିକେଟ ଉନ୍ମୋଚନ କରିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଭାରତୀୟ ଡାକ ବିଭାଗ ଦ୍ବାରା ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ର, ବିଶିଷ୍ଟ ଗାୟକ ଅକ୍ଷୟ ମହାନ୍ତି, ପ୍ରଖ୍ୟାତ ଚଳଚିତ୍ର ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପାର୍ବତୀ ଘୋଷ ଏବଂ ବିଶିଷ୍ଟ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସମ୍ମାନ ଉଦ୍ଦେଶ୍ୟରେ ଡାକ ଟିକେଟ ଉନ୍ମୋଚନ ହୋଇଛି ।
ଅଧିକ ପଢନ୍ତୁ : ଶ୍ରୀରାମ ନବମୀରେ ଭଦ୍ରକ ଏବଂ ନୟାଗଡ଼ବାସୀଙ୍କ ପାଇଁ ରେଳ ବିଭାଗର ବଡ଼ ଉପହାର
ଭଦ୍ରକ-ନୟାଗଡ଼ ଟାଉନ୍-ଭଦ୍ରକ୍ ମେମୁ ଟ୍ରେନ ଭଦ୍ରକରୁ ସକାଳ 5ଟା 45ରେ ବାହାରି ନୟାଗଡ଼ ଟାଉନରେ ଦିନ 11ଟା 55ରେ ପହଞ୍ଚିବ । ସେହିପରି ନୟାଗଡ଼ ଟାଉନରୁ ଏହି ଟ୍ରେନ୍ ସନ୍ଧ୍ୟା 5ଟା 5ରେ ଛାଡି ଭଦ୍ରକରେ ରାତି 10ଟା 45ରେ ପହଞ୍ଚିବ । ଉଭୟ ଭଦ୍ରକ ଏବଂ ନୟାଗଡ଼ ଟାଉନ୍ ମଧ୍ୟରେ ଥିବା ସମସ୍ତ ଷ୍ଟେସନ୍ ଏବଂ ପାସେଞ୍ଜର ହଲ୍ଟ ଗୁଡ଼ିକରେ ଟ୍ରେନ ରହଣୀ ଅଛି ।