୨୦୧୪ ମେ ୨୬ରେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋଦି,ସେବେଠୁ ଆଉ ପଛକୁ ଫେରି ନାହାନ୍ତି ଚା ବିକାଳିରୁ ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିଥିବା ଏହି ଜନପ୍ରିୟ ନେତା ଜଣକ। ତାଙ୍କ ନେତୃତ୍ବ କାଳରେ ଭାରତ ଆର୍ଥିକ ପ୍ରଗତିରେ ନୂଆ ସ୍ଥାନ ସୃଷ୍ଟି କରିବା ସହ ବିଶ୍ବ ନିକଟରେ ସ୍ଜତନ୍ତ୍ର ପରିଚୟ ସୃଷ୍ଚି କରିପାରିଛି। ୭୪ ବର୍ଷରେ ପାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡ଼ିଶାରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳନ କରିଛନ୍ତି ମୋଦି। ଭୁବନେଶ୍ବର ଗାଡ଼କଣ ଶବର ସାହିରୁ ଫେରି ଜନତା ମଇଦାନରେ ସୁଭଦ୍ରା ଯୋଜନାର କରିଛନ୍ତି ଶୁଭାରମ୍ଭ। ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ଗଲା ୫ ହଜାର ଟଙ୍କା। ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ଯାଇଛି ୧୨୫୦ କୋଟି ୫୫ ହଜାର ଟଙ୍କା ସୁଭଦ୍ରା ଯୋଜନାରେ ମାଧ୍ୟମରେ ଉପକୃତ ହେବେ ୧ କୋଟିରୁ ଉର୍ଦ୍ଦ ମହିଳା। ପ୍ରତିକ୍ରିୟାରେ ମୋଦି କହିଛନ୍ତି ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର,ମଧ୍ୟ ବର୍ଗ ଦେଖିଥିବା ସ୍ବପ୍ନ ପୂରଣ କରିବ ସୁଭଦ୍ରା,ଆମେ ପ୍ରତିଶ୍ରୁତି ଦେଇଥିଲୁ ପୂରଣ କରିଛୁ ବୋଲି କହିଛନ୍ତି ମୋଦି। ଗାଡ଼କଣରେ କ୍ଷୀରି ଖାଇଥିଲେ,ଏବଂ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇବା ସହ ସେମାନଙ୍କ ସହ ଆଲୋଚନା କରିଥିଲେ ମୋଦୀ।ଜନତାଙ୍କ ଭରଷା ମୋଦି ସରକାରଙ୍କ ପ୍ରତି ଅତୁଟ ରହିଛି
୧୦୦ ଦିନ ଭିତରେ ମୋହନ ସରକାର ମଧ୍ୟ ପ୍ରତିଶ୍ରୁତି ପୂରଣ କରିଛନ୍ତି । ନାରୀ ଶକ୍ତିକୁ ସ୍ବାଧିନତା ଦେବ ସୁଭଦ୍ରା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଦୁଇ କିସ୍ତିରେ ବର୍ଷକୁ ୧୦ ହଜାର,୫ ବର୍ଷରେ ମହିଳାଙ୍କୁ ମିଳିବ ୫୦ ହଜାର ସହାୟତା ରାଶି । ସୁଭଦ୍ରା ଯୋଜନାରେ ଆବେଦନକାରୀଙ୍କ ସଂଖ୍ୟା ୭୪ ଲକ୍ଷ ପହଞ୍ଜିଲାଣିବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଘରେ ଘରେ ସୁଭଦ୍ରା ମହିଳାଙ୍କୁ କରିବ ଆତ୍ମନିର୍ଭର ଓ ସଶକ୍ତ ବୋଲି ମଧ୍ୟ ପ୍ରତିକ୍ରିୟାରେ କହିଛନ୍ତି। ସଶକ୍ତ ହେବ ଓଡ଼ିଶା ଆଗେଇବ ନାରୀ ଶକ୍ତି