ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ମୋକିମ୍ ଆଗାମୀ ୩ ମାସ ଭିତରେ ବିଜେଡିରେ ମିସି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାମୁତାବକ, ପୂର୍ବତନ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ପିସିସି ଚୌକି ଛାଡିବା ପୂର୍ବରୁ ମୋକିମଙ୍କୁ ମଙ୍ଗୁଆଳ କରିବାକୁ ଗୋଟିଏ ଗୋଷ୍ଠି ରୀତିମତ ପ୍ରୟାସ ଚଳାଇଥିଲା। ଦିଲ୍ଲୀରେ ବି ମୋକିମ୍ଙ୍କ ପାଇଁ ଲବି ହୋଇଥିଲା। ହେଲେ ଶରତ ପଟ୍ଟନାୟକଙ୍କୁ ହାଇକମାଣ୍ଡ ପିସିସି ସଭାପତି ଭାବେ ଦାୟିତ୍ୱ ଦେଇଥିଲେ।
ଏହାକୁ ନେଇ ମୋକିମ୍ ଅସନ୍ତୁଷ୍ଟ ହୋଇପଡିଥିବା କୁହାଯାଉଛି। ଶରତ ଦାୟିତ୍ୱ ନେବା ପରଠାରୁ ମୋକିମ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଛନ୍ତି। ଏପରିକି ସଭାପତି ଯେଉଁଠି ରହୁଛନ୍ତି, ସେଠାକୁ ମୋକିମ ଆସୁନାହାଁନ୍ତି। ଏହାରି ମଧ୍ୟରେ ବିଧାୟକ ଦଳ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ମୋକିମ ଆଗକୁ କଂଗ୍ରେସ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।