ପୁରୀ ବେଳାଭୂମିକୁ ବେଆଇନ ପ୍ରକ୍ରିୟାରେ ଜବରଦଖଲ କରାଯାଇ ଘର ନିର୍ମାଣ ଓ ପ୍ଲଟିଂ କରାଯାଇଥିଲା । ଜଣେ ମହିଳା ଏହି ବେଆଇନ ନିର୍ମାଣ କରିଥିଲେ ଯାହା ତାଙ୍କୁ ମହଙ୍ଗା ପଡ଼ିଛି । ସିଆର୍ଜେଡ୍ ଅନୁମତି ପ୍ରତ୍ୟାହାର ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିର୍ମାଣାଧୀନ ଘରକୁ ଭଙ୍ଗାଯାଇଛି। ବ୍ରହ୍ମଗିରି ତହସିଲଦାର, ପିକେଡିଏ ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବେଆଇନ ନିର୍ମାଣକୁ ଜେସିବି ଲଗାଇ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ବିବାଦୀୟ ସ୍ବାଦ ହୋଟେଲରୁ ହଟିଲା ୨୫ ଡ଼ିସମିଲ ଜଙ୍ଗଲ ଜମି l ୨୫ ଡ଼ିସମିଲ ଜଙ୍ଗଲ ଜମିରେ ହୋଇଥିବା ପାଇଖାନା ଓ ଡାଇନିଂକୁ ଭଙ୍ଗାଯାଇଛି । ତେବେ ଏହି ୨୫ ଡ଼ିସମିଲ ଜଙ୍ଗଲ ଜମି ଆସିଲା କେଉଁଠୁ l ବାକି ଜାଗାରେ ନିର୍ମାଣ ହୋଇଥିବା ସ୍ୱାଦ ହୋଟେଲରେ ରହିଛି କି ରହସ୍ୟ? କାହିଁକି ନା ଯେଉଁ ଜଙ୍ଗଲ ପାଖରେ ଦୁଇଶହ ବର୍ଷ ଧରି ରହି ଆସୁଥିବା ବାଙ୍କୁଆଳ ବାସୀଙ୍କୁ ସରକାର ଏଯାଏଁ ସ୍ଥାୟୀ ପଟ୍ଟା ଦେଇପାରିଲା ନାହିଁ ସେହି ଜାଗାରେ ହୋଟେଲ ସ୍ବାଦକୁ ସ୍ଥାୟୀ ପଟ୍ଟା ମିଳିଲା କେମିତି ? ଏହା ପଛରେ ରହିଛି କି ବଡ଼ ରହସ୍ୟ l ରାଜସ୍ବ ମନ୍ତ୍ରୀ କରିବେ କି ଏହାର ତଦନ୍ତ l ସରକାରୀ ଜମି ଉପରେ ବେଆଇନ ଜବର ଦଖଲ କାରୀଙ୍କୁ ବଡ଼ ଚେତାବନୀ । ତୁରନ୍ତ ଜବର ଦଖଲ ହଟାଅ । ନଚେତ ଚାଲିବ ବୁଲଡୋଜର । ମୋହନ ସରକାରଙ୍କ ବୁଲଡୋଜର । କାହିଁକି ନା ଆକ୍ସନ ମୋଡରେ ମୋହନ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର