ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହନ ରାଶି ଭାବେ ମିଳିବ ବାର୍ଷିକ ୫ ହଜାର ଟଙ୍କା । ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା। ପୂର୍ବ ବିଜେଡ଼ି ସରକାର ସମୟରେ ଚିନ୍ତାଜନକ ଭାବେ ବଢୁଥିଲା ଡ୍ରପ ଆଉଟ୍ ସଂଖ୍। ଦଶମରେ ଓଡ଼ିଶାର 49.9 ପ୍ରତିଶତ ପିଲା ପାଠ ଛାଡ଼ୁଥିଲେ । ଏ ନେଇ 2023 ଡିସେମ୍ବରରେ ଲୋକସଭାରେ ଉତ୍ତର ରଖି ସୂଚନା ଦେଇଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ରୋକିବାକୁ ସରକାରଙ୍କ ନୂଆ ପ୍ରୟାସକୁ ଧନ୍ୟବାଦ ଦେଇଛନ୍ତି ସ୍କୁଲ ଛାତ୍ର ଛାତ୍ରୀ ଓ ଶିକ୍ଷକ । ସେପଟେ ରାଜ୍ୟ ସ୍ତରୀୟ ଗୁରୁ ଦିବସ ଅବସରରେ ପୂର୍ବ ନବୀନ ସରକାରର 5T ଯୋଜନାର ପୋଲ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ପୂର୍ବ ସରକାର ଯେଉଁ 5T କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପଢିଲେ ଅଥଚ ହରଣ ଗୁଣନ ଆସିଲା ନାହିଁ, ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତି ନେଇଛୁ । ବିରୋଧି ଦଳ ମୁଖ୍ୟ ସଚେତକ ଥିବା ବେଳେ ଏ ବାବଦରେ ଚିଠି ଲେଖିଥିଲି । କିନ୍ତୁ ପୂର୍ବ ସରକାର ଶୁଣିନଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଶିକ୍ଷା ଏବଂ ସେମାନଙ୍କର ବିକାଶ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ ଉଦ୍ଦେଶ୍ୟ । ତେଣୁ ସେମାନଙ୍କ ଡ୍ରପ ଆଉଟ ହାର କମାଇବା ପାଇଁ ମୋହନ ସରକାରଙ୍କ ଏହି ପ୍ରୟାସ ଶିକ୍ଷା କ୍ଷେତରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବା ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର