ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ପ୍ରତ୍ୟକ ଦିନ ଉପସ୍ଥିତ ରହିବା ସହ ବଜେଟ ଉପସ୍ଥାପନ,ଖର୍ଚ୍ଚ ଦାବି ଆଲୋଚନା ଓ ବ୍ୟୟ ମଞ୍ଜୁରି ବିଲ ପାରିତ ସମୟରେ ଘଣ୍ଟେରୁ ଅଧିକ ସମୟ ବିବୃତ୍ତି ରଖି ରେକର୍ଡ କରିଥିଲେ । ମାତ୍ର ଅନ୍ୟପଟେ ଦଳୀୟ ବୈଠକ କରୁଥିଲେ ବି ଗୃହକୁ ଆସୁନଥିଲେ ବିରୋଧୀ ଦଳ ନେତା । ଯେବେ ଆସୁଥିଲେ ଅତି ବେଶିରେ ୫ ମିନିଟ ରହି ଚାଲି ଯାଉଥିଲେ । ବିଶେଷ କରି ବିଧାନସଭା ଅଧିବେଶନ ସରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ଓଡିଶା ବିଧାନସଭା ସଦସ୍ୟ ମାନେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ବି ପୁର୍ବ ସରକାରରେ ଦେଖିବାକୁ ମିଳୁ ନ ଥିଲା।
ଭାରତୀୟ ସମ୍ବିଧାନ ଅନୁଯାୟୀ ପ୍ରତି କ୍ୟାଲେଣ୍ଡର ବର୍ଷରେ ଅତିକମରେ ୬୦ ଟି କାର୍ଯ୍ୟ ଦିବସ ସହ ବିଧାନସଭାର ତିନୋଟି ଅଧିବେଶନ ବସିବା କଥା । ମାତ୍ର ପୂର୍ବ ସରକାର ଅର୍ଥାତ ନବୀନଙ୍କ ସରକାର ସମୟରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଯେବେ ମନ ସେବେ ବିଧାନସଭାକୁ ବନ୍ଦ କରିଦେଉଥିଲେ ତତ୍କାଳୀନ ସରକାର । ତଥ୍ୟ କହୁଛି ୨୦୧୯/୨୦/୨୧ ଆର୍ଥିକ ବର୍ଷରେ ୧୮୦ ଟି କାର୍ଯ୍ୟ ଦିବସରୁ ମାତ୍ର ୧୧୨ ଟି କାର୍ଯ୍ୟ ଦିବସ ସହ ୮ ଟି ଅଧିବେଶନ ବସିଥିଲା । ବିଶେଷ କରି ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ ପାଇଁ ୩୧ଟି କାର୍ଯ୍ୟ ଦିବସ ସ୍ଥିରୀକୃତ ହୋଇଥିବା ବେଳେ ୧୭ ଦିନ ପୂର୍ବରୁ ଅଗଣତାନ୍ତ୍ରିକ ଭାବେ ବନ୍ଦ କରିଦିଆଯାଇଥିବା ଅଭିଯୋଗ ଆସିଥିଲା । କିନ୍ତୁ ବିଧାନସଭାରେ ମୋହନଙ୍କ ନୂଆ ପରମ୍ପରା ଚର୍ଚ୍ଚାରେ ରହିଛି