ତାପରେ ଶ୍ରମିକଙ୍କୁ ଆହୁରି ପିଟି ପିଟି ହତ୍ୟା କରାଯାଇଛି । ଏଭିଳି ଅଭିଯୋଗ ଆସିଛି ଗଜପତି ଅଡ଼ବା ଥାନା ବାରିଆ ଗାଁରୁ । ବାରିଆଗାଁର ଶରତ ପରିଛା ବର୍ତ୍ତମାନ ତାମିଲନାଡୁରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଗତକାଲି ସଂଧ୍ୟାରେ ନିଜ ସଂପର୍କୀୟଙ୍କୁ ଗୋଟିଏ ମୋବାଇଲ ନମ୍ବରରୁ କଲ୍ କରି ଭିଡିଓ କଲ୍ କରିବା ପାଇଁ କହିଥିଲେ । ତେବେ ସଂପର୍କୀୟ ଶରତଙ୍କୁ କଲ୍ କରିବା ବେଳେ ଗୋଟିଏ ଅନ୍ଧାର କୋଠରୀରେ ତାଙ୍କୁ ମାଡ଼ ମରାଯାଉଥିବା ଦେଖିଥିଲେ ।
ତାପରେ ଆଉ ସେହି ନମ୍ବରରେ ଫୋନ୍ କରିଲେ ମଧ୍ୟ କେହି କଲ୍ ରିସିଭ୍ କରିନଥିଲେ । ତେବେ ଆଜି ତାଙ୍କର ମୃତ ଶରୀର ଫଟୋ ଗୁଡିକ ଦେଢ଼ଶାଶୁ ମାର୍ଥା ପରିଛାଙ୍କୁ ପଠାଇ ଏହି ଶବ ଏଠାରୁ ନେବ ଯଦି ନିଅ ନହେଲେ ଫୋପାଡ଼ି ଦିଆଯିବ ବୋଲି କହିଥିବା କହିଛନ୍ତି ଦେଢ଼ଶାଶୁ ମାର୍ଥା ପରିଛା ।