ଏ ହେଉଛି 5 ବର୍ଷର ହିସାବ । 2018-19 ଅର୍ଥାତ ନିର୍ବାଚନର ଠିକ ପୂର୍ବରୁ ପ୍ରଚାର ପାଇଁ ଖର୍ଚ୍ଚ ହୋଇଛି 121 କୋଟି 14 ଲକ୍ଷ । 17-18ରେ ଖର୍ଚ୍ଚ ହୋଇଥିଲା 61 କୋଟି 94 ଲକ୍ଷ ଟଙ୍କା । 19-20ରେ ଖର୍ଚ୍ଚ ହୋଇଛି 56 କୋଟି 50 ଲକ୍ଷ ଓ 20-21 ଖର୍ଚ୍ଚ ହୋଇଛି 4321 ଲକ୍ଷ । ପଞ୍ଚାୟତ ନିର୍ବାଚନର ଠିକ ପୂର୍ବରୁ ଅର୍ଥାତ 21-22ରେ ଖର୍ଚ୍ଚ ହୋଇଛି 76 କୋଟି 27 ଲକ୍ଷ । ତଥ୍ୟ ହିଁ ପ୍ରମାଣିତ କରୁଛି । ନିର୍ବାଚନ ପୂର୍ବରୁ କିପରି ନିତ ଆତ୍ମପ୍ରଚାର ପାଇଁ ସରକାରୀ ଅର୍ଥକୁ ସ୍ବାହା କରିଛି ଶାସକ ଦଳ । ଏ ଖର୍ଚ୍ଚ ଖବର କାଗଜରେ ବିଜ୍ଞାପନ ଦେବାଠୁ ଆରମ୍ଭ କରି ରାସ୍ତା ଘାଟରେ ବଡ ବଡ ହୋର୍ଡିଂ ମାରିବା ପର୍ଯ୍ୟନ୍ତ । କେବଳ ହୋର୍ଡି ଲଗା ବାବଦରେ 2018-19ରେ ଖର୍ଚ୍ଚ ହୋଇଛି 10 କୋଟି 3 ଲକ୍ଷ ଟଙ୍କା ।
ପୂର୍ବରୁ ପ୍ରଚାର ପାଇଁ ଶହ କୋଟି ଖର୍ଚ୍ଚ ହୋଇଥିବା ଏ ଯୋଜନା କାହିଁକି ବନ୍ଦ ହେଲା । ବିଜୁ ଯୁବ ବାହିନୀ ପାଇଁ ତିନି ବର୍ଷରେ 450 କୋଟିର ବ୍ୟୟ ବରାଦ କଲେ ସରକାର । ତେବେ ନିର୍ବାଚନ ସରିବା ପରେ ଖୋଦ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ କହିଲେ ଯୋଜନା ବନ୍ଦ ହୋଇଗଲା ।
ପୁରୀ ବ୍ରହ୍ମଗିରି ବ୍ଲକର ୧୮ଟି ପଞ୍ଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ । ଆମ ଗାଁ ଆମ ବିକାଶରେ ମଞ୍ଜୁର ହୋଇଥିଲା 45 ଲକ୍ଷ । ୨ଟି ପଞ୍ଚାୟତରେ ୩ଟି ଗୃହ ନିର୍ମାଣ ହୋଇଛି ତାହା ପୁଣି ଅଧା । ସରକାରୀ ବାବୁ ବି ସ୍ବୀକାର କରୁଛନ୍ତି ଯୋଜନା ପାଇଁ ଟଙ୍କା ନାହିଁ । 2018ର ପିଠା ଯୋଜନା ବି ଏବେ ବନ୍ଦ ହୋଇଗଲାଣି । ଏ ତିନି ଯୋଜନା 2019 ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇ ଏବେ ବନ୍ଦ ହୋଇଯାଇଛି । ଶାସକ ଦଳର ପ୍ରଚାର ପାଇଁ ସରକାରୀ ଅର୍ଥ ଅପଚୟକୁ ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ବିରୋଧୀ ।