ଜେଲ୍ରେ ବାଇବେଲ.
ମାଲକାନଗିରି: ବ୍ୟାଙ୍କ ପରେ ଏବେ ପୋଷ୍ଟ ଅଫିସରୁ ଟଙ୍କା ଗାୟବ । ହଜାର ନୁହେଁ କି ଦୁଇ ହଜାର ନୁହଁ ଜଣ ଜଣକା ୫୦ ହଜାରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗାୟବ ହୋଇଥିବା ଅଭିଯୋଗ ହୋଇଛି। ଫିକ୍ସ ଡିପୋଜିଟରୁ ଟଙ୍କା ଗାୟବ ହୋଇଥିବା ଜଣାପଡିଛି।
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ବେଜାଙ୍ଗିୱାଡା ଶାଖା ଡାକ ଘର ବିରୋଧରେ ଏଭଳି ଅଭିଯୋଗ ଆସିଛି। କାଲିମେଳା ଡାକ ଘରେ ଏହି ବ୍ୟାଙ୍କ ଖାତା ଗୁଡିକର ଯାଞ୍ଚ ପରେ ଏହା ନକଲି ବୋଲି ସାମ୍ନାକୁ ଆସିଛି । ବେଜାଙ୍ଗିୱାଡା ଏବଂ ଚିନ୍ତଲୱାଡା ଗ୍ରାମପଞ୍ଚାୟତର ଲୋକଙ୍କ କୋଟିଏରୁ ଉର୍ଦ୍ଧ ଟଙ୍କା ଚଳୁ ହୋଇଥିବା ଜଣାପଡିଛି ।