ପୁଅର ଚିକିତ୍ସା ପାଇଁ ପରିବାର ଲୋକେ ବ୍ୟଥିତ ହୋଇପଡିଛନ୍ତି । ବାପା ମାଙ୍କର କୀଡନି ବିନୋଦଙ୍କ ସହ ମିଶୁନଥିବା ଯୋଗୁଁ ଏବେ କିଏ ଦେବ ତାଙ୍କୁ କିଡନୀ ତାକୁ ନେଇ ଚିନ୍ତାରେ ବାପା ମା’ । ପୁଅର ଏପରି ଅବସ୍ଥା ଦେଖି ଉଭୟ ଧୈର୍ଯ୍ୟହରା ହୋଇଯାଇଛନ୍ତି । ବିନୋଦଙ୍କ ବାପା ରଙ୍ଗ ମଞ୍ଚରେ କାମ କରନ୍ତି । ପୁଅର ଚିକିତ୍ସା ପାଇଁ ନିଜର ଜମି ବାଡ଼ି ମଧ୍ୟ ବିକ୍ରୀ କରି ସାରିଲେଣି । ହେଲେ ପୁଅର ଚିକିତ୍ସା ପାଇଁ ତାଙ୍କ ପାଖରେ ଆଉ ନାହିଁ ଅର୍ଥ । ପୁଅ କେମିତି ବଞ୍ଚିବ, ସେ ଦିଖିଥିବା ସ୍ୱପ୍ନ କିପରି ପୂରଣ ହେବ । ବାସ୍ ସରକାରଙ୍କ ସାହାଯ୍ୟ ମିଳିପାରିଲେ ବିନୋଦଙ୍କ ଚିକିତ୍ସା ହୋଇପାରିବ ଆଉ ସେ ପୁଣି ହସି ଉଠିବେ ବୋଲି ଏହି ଆଶା ରଖି ସରକାରଙ୍କ ପାଖେ ଗୁହାରି କରୁଛନ୍ତି ବିନୋଦଙ୍କ ବାପା ।