ଏଥିରେ ବୋଲଗଡ଼ ଅଞ୍ଚଳରେ ଥିବା ବିଭିନ୍ନ କମ୍ପୁଟର ଇନଷ୍ଟିଚ୍ୟୁଟର ମାଲିକଙ୍କୁ ହାତକରି ସେଠାରେ ପଢ଼ୁଥିବା ଛାତ୍ର ଛାତ୍ରୀଙ୍କୁ ଚାକିରୀ ଲୋଭ ଦେଖାଇ ସେମାନଙ୍କ ଠାରୁ ପନ୍ଦର ଶହରୁ ତିନି ହଜାର ପର୍ଯ୍ୟନ୍ତ ଟଙ୍କା ନେଇଥିଲେ । ସେହିଭଳି କମ୍ପାନୀ ପାଇଁ ଭଡା ସୂତ୍ରରେ ଗାଡି ଆବଶ୍ୟକ ବୋଲି ପ୍ରଚାର କରି ଗାଡି ମାଲିକଙ୍କ ଠାରୁ ଗାଡି ପିଛା ଅଗ୍ରୀମ ଏଗ୍ରିମେଣ୍ଟ କରି ଦଶ ହଜାର ସାତ ଶହ ପଚାଶ ଟଙ୍କା ନେଇଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳରେ କିଛି ଲୋକଙ୍କୁ ଚାକିରୀ ଯୋଗାଇଦେବାକୁ କହି ମୋଟା ଅଙ୍କର ଟଙ୍କା ନେଇ ଛୁ ମାରିଥିବା ଆଜି ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।
ସେହିପରି ଏହି ଠକ ଗୁରୁଦେବ ସେଠ ସ୍ଥାନୀୟ ଭାରତ ଇଲୋଟ୍ରୋନିକ୍ସ ଓ ଫନିଚର ସଂସ୍ଥାରୁ ଚେକ ଦେଇ ପ୍ରାୟ ୮୦ ହଜାର ଟଙ୍କା ଠକି ନେଇଥିବା ଜଣାପଡିଛି । କେବଳ ସେତିକି ନୁଁହ ଏହି ଠକ ବିଭିନ୍ନ ଲୋକଙ୍କୁ ପ୍ରାପ୍ୟ ବାବଦରେ ପ୍ରଦାନ କରିଥିବା ଚେକ ବାଉଁସ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏହି ଠକ ଗୁରୁଦେବ ସେଠ ପୁର୍ବରୁ ମଧ୍ୟ ସମ୍ବଲପୁର ଅଞ୍ଚଳରେ ଚାକିରୀ ଦେବାକୁ କହି ନିରୀହ ଛାତ୍ରଛାତ୍ରୀଙ୍କୁ ଠକିଥିବା ଅଭିଯୋଗ ହୋଇଥିବା ବେଳେ କିପରି ଥାନା ସମ୍ମୁଖରେ ଏହି ସଂସ୍ଥା ଦୁଇମାସ ଧରି ଚାଲିଲା ଓ ଲୋକଙ୍କୁ ଚୁନ ଲଗାଇ ଫେରାର ହୋଇଗଲା ତାହା ସାଧାରଣରେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।