ଜଣେ ବୟସ୍କା ମହିଳା ତାଙ୍କ ସଂଘର୍ଷର କାହାଣୀ କହିଛନ୍ତି। ସେ ହେଲେ ମଞ୍ଜୁଳା ମାଉସୀ। ସ୍ବାମୀ ଚାଲିଗଲା ପରେ ପୁଅ ଝିଅ ବି ଘରୁ ବାହାର କରିଦେଲେ। ଶେଷରେ ସେ ପାଲଟିଗଲେ ଦାଣ୍ଡର ଭିକାରୀ। ଭିକ ମାଗି ନିଜର ପେଟକୁ ଦାନା ଯୋଗାଉଥିଲେ। ପରେ ସେ ଯାଇ ରହିଥିଲେ ପତିତା ଉଦ୍ଧାର ସମିତି ଦ୍ଵାରା ପରିଚାଳିତ ଏକାମ୍ର ନିଳୟରେ। ସେଠାରେ ରହିବା ପରେ ସ୍ବାଭିମାନ କକ୍ଷରେ ଦିଆଯାଉଥିବା ତାଲିମ ପାଇ ସେ ଏବେ ଭିକ୍ଷୁକ ମହିଳାରୁ ପାଲଟି ଯାଇଛନ୍ତି ସ୍ବାବଲମ୍ବୀ ମହିଳା।
ତୋଷାଳୀ ମେଳାରେ ଭିକ୍ଷୁକ ମହିଳାଙ୍କ ଷ୍ଟଲ୍

ଅର୍ଗସ ବ୍ୟୁରୋ: ତୋଷାଳି ମେଳାରେ ଭିକ୍ଷୁକ ମହିଳାଙ୍କ ଷ୍ଟଲ। ବିକ୍ରି କରୁଛନ୍ତି ଫିନାଇଲ, ପାପୋଛ, କାଇଁଚ ପାଚିଆ, ପର୍ସ ଏବଂ ଡାୟରୀ ଭଳି ହାତ ତିଆରି ସାମଗ୍ରୀ। ଆଉ ସେସବୁ ସାମଗ୍ରୀକୁ ବେଶ୍ ଖୁସି ରେ କିଣି ନେଉଛନ୍ତି ଗ୍ରାହକ ମାନେ। କାହାକୁ ହାତ ତିଆରି ଡାୟରୀ ପସନ୍ଦ ଆସୁଛି ତ ଆଉ କାହାକୁ ଅଦରକାରୀ ଲୁଗାରୁ ତିଆରି ହୋଇଥିବା ପାପୋଛ। ଲୋକଙ୍କୁ ଏହା ବେଶ ପସନ୍ଦ ଆସୁଛି। ଆଉ ଷ୍ଟଲ୍ ରେ ଲାଗିଥିବା ଏକାମ୍ର ନୀଳୟ ସ୍ବାଭିମାନ କକ୍ଷ କଣ ବୁଝିବା ସହ ମାଉସୀଙ୍କ କାହାଣୀ ଶୁଣିବା ପରେ ସାବାସୀ ଦେଉଛନ୍ତି ତୋଷାଳୀ ମେଳାକୁ ଆସିଥିବା ଲୋକ।
Download Argus News App
