ପ୍ରାଣୀ ଚିକିତ୍ସାଳୟ ଉଦଘାଟନ ପାଇଁ ଯୋଗ ଦେଇଥାନ୍ତି, ସୋଆ କୁଳପତି ପ୍ରଫେସର ଅଶୋକ ମହାପାତ୍ର। ହନୁକୁ ଦେଖିଲେ ଲାଗୁଥିଲା ସେ ଯେମିତି ତାଙ୍କୁ ହିଁ ଅପେକ୍ଷା କରିଥିଲା। ଠିକ କିଛି ସମୟ ପରେ ହଠାତ ଉଠିଯାଇ ଚେୟାରରେ ବସିଲା। ଆଉ ପାଖରେ ବସିଥିବା ସୋଆର ଡାକ୍ତର ମହାପାତ୍ରଙ୍କ ହାତ ଧରିପକାଇଲା । ଯେମିତି ଲାଗୁଥିଲା, ସେ କହିବାକୁ ଚାହୁଁଛି ପ୍ରଫେସର ମହାପାତ୍ର ହିଁ ତାର ଚିକିତ୍ସା କରନ୍ତୁ । କିଛି ସମୟ ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ହନୁକୁ ଭୋକ ହେଉଥିବ ଭାବି ବିସ୍କୁଟ ଆଉ କଦଳୀ ଖାଇବାକୁ ଦିଆଗଲା । ହେଲେ ମୁହଁ ଛୁଇଁଲାନି ଖାଇବା ।
ସ୍ଥିତି ଦେଖି ପ୍ରାଣୀ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆଉ ଜାଣିବାକୁ ପାଇଲେ, ହନୁର ଗୁପ୍ତାଙ୍ଗରେ କିଛି ସମସ୍ୟା ରହିଛି । ଏଣୁ ସଙ୍ଗେସଙ୍ଗେ ଚିକିତ୍ସା ଆରମ୍ଭ ହେଲା । ସବୁଠାରୁ ବଡ଼ କଥା ହେଉଛି, ସୋଆ ବିଶ୍ବବିଦ୍ୟାଳୟ ପରିସରରେ ଆଜି ଉଦଘାଟିତ ହୋଇଥିବା ପ୍ରାଣୀ ଚିକିତ୍ସାଳୟର ପ୍ରଥମ ରୋଗୀ ସାଜିଲା ଏହି ହନୁ ମାଙ୍କଡ଼ । ଭଗବାନ କରନ୍ତୁ ହନୁର ଦେହ ଭଲ ହୋଇଯାଉ ।
ଦୃଶ୍ୟ ଥିଲା ସୋଆ ବିଶ୍ୱ ବିଦ୍ୟାଳୟ ପରିସରର। ଯେଉଁଠି ଆଜି ପ୍ରାଣୀ ଚିକିତ୍ସାଳୟର ଶୁଭାରମ୍ଭ ହୋଇଛି। ଉଦ୍ଘାଟନି ସମାରୋହରେ ସୋଆ ବିଶ୍ୱ ବିଦ୍ୟାଳୟ ପରିସରରେ କିଛି ଏଭଳି ଦୃଶ୍ୟ ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ଦେଖି କିଛି ସମୟ ପରେ ପ୍ରାଣୀ ବିଶେଷଜ୍ଞ ପହଞ୍ଚିଥିଲେ । ଆଉ ଜାଣିବାକୁ ପାଇଥିଲେ, ହନୁର ଗୁପ୍ତାଙ୍ଗରେ କିଛି ସମସ୍ୟା ରହିଛି ।
ନିଜ ଅସୁସ୍ଥତା କାରଣରୁ ଡାକ୍ତରଖାନା ଆସି ଚୁପ ଚାପ କିଛି ସମୟ ବସିବା ପରେ କର୍ତ୍ତୃପକ୍ଷ ଭୟଭୀତ ହୋଇଥିଲେ। କାଳେ ମାଙ୍କଡଟି କିଛି କ୍ଷତି କରିବ । କେଜାଣି କେମିତି ଡାକ୍ତରଙ୍କୁ ଦେଖି ହଠାତ ମାଙ୍କଡଟି ହାତକୁ ଭିଡି ଧରି ବିନା ଶବ୍ଦରେ ନିଜ ଯନ୍ତ୍ରଣା କହି ଚାଲିଥିଲା । କାର୍ୟ୍ୟକ୍ରମରେ ସାମିଲ ହୋଇଥିବା ସୋଆ କୁଳପତି ପ୍ରଫେସର ଡାକ୍ତର ଅଶୋକ ମହାପାତ୍ରଙ୍କ ହାତକୁ କିଛି ସମୟ ଧରି ବସିଲା ହନୁଟି । ପରେ ପଶୁ ଚିକିତ୍ସିକ ତା’ ପାଖରେ ପହଞ୍ଚିବାରୁ ତାଙ୍କ ହାତ ବି ଧରିଲା । ଡାକ୍ତରଙ୍କୁ କଲବଲ ହୋଇ ଚାହୁଁଥିଲା । ଯେମିତି କିଛି କହିବାକୁ ଚାହୁଁଥିଲା । ବିସ୍କୁଟ, କଦଳୀ ଯାହା ଦେଲେ ବି ଖାଇଲାନି । ଫିଙ୍ଗି ଦେଲା । କେହି କିଛି ବୁଝିପାରିଲେନି କଣ ହୋଇଛି ମାଙ୍କଡ ଟିର। ମାଙ୍କଡ଼ର ଏ ହାବଭାବ ସଭିଙ୍କୁ ଚକିତ କରିଥିଲା । ଶେଷରେ ଡାକ୍ତର ବି ବୁଝିଲେ ଏ ମାଙ୍କଡ଼ର ଅସୁସ୍ଥତା।
ଗୁପ୍ତାଙ୍ଗ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହନୁଟି ଯନ୍ତ୍ରଣାରେ ଥିବା ଡାକ୍ତରୀ ଟିମ୍ ଜାଣିପାରିଲେ । ଏହାପରେ ଚିକିତ୍ସା ବି କରିଥିଲେ। ପଶୁ ଚିକିତ୍ସାଳୟର ଉଦଘାଟନ ସହ ପ୍ରଥମ ରୋଗୀ ଭାବେ ଆରମ୍ଭ ହୋଇଥିଲା ହନୁର ଅସ୍ତ୍ରୋପଚାର । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛି ପାଠୁଆ ମାଙ୍କଡ।