କେନ୍ଦ୍ରାପଡ଼ା ଜିଲ୍ଲାରେ ଉତ୍କଟ ରୂପ ନେବାକୁ ଯାଉଛି ପାନୀୟଜଳ ସଙ୍କଟ !
ଜୁନ୍ ୬ ରେ କେରଳ ଛୁଇଁବ ମୈାସୁମୀ !
ଭୁବନେଶ୍ୱର: ଆଗାମୀ 3 ଦିନ ମଧ୍ୟରେ ଆଭ୍ୟନ୍ତରିଣ ଓଡ଼ିଶାରେ ତାତି 2 ରୁ 3 ଡ଼ିଗ୍ରୀ ବଢ଼ିବା ବେଳେ ଉପକୂଳ ଓଡ଼ିଶାରେ କିନ୍ତୁ ପାଗ ସୌଭାବିକ ରହିବା ସହିତ ତାପମାତ୍ରା 38 ରୁ 39 ଡ଼ିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳ ବୈଶାଖୀ ହେବାର ସମ୍ଭାବନା ରହିଛି । ମୌସୁମୀ ଜୁନ୍ 6ରେ କେରଳ ଛୁଇଁବା ନେଇ ଅନୁମାନ କରାଯାଉଥିବା ବେଳେ ଓଡ଼ିଶାରେ ମୌସୁମୀର ବିଳମ୍ବରେ ଆସିବା ନେଇ କହିଛି ପାଣିପାଗ ବିଭାଗ ।ଅନ୍ୟପକ୍ଷରେ ବର୍ତ୍ତମାନ ପାଇଁ ତାତିରୁ ନିସ୍ତାର ନାହିଁ। ପଶ୍ଚିମ ଓଡ଼ିଶାରେ ଆହୁରି ଦୁଇ ତିନି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ଉପକୂଳ ଓଡ଼ିଶାରେ ଅପରାହ୍ଣରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ।
Download Argus News App
