ଓଡିଶା ବାୟୁମଣ୍ଡଳର ୨.୧ କିଲୋମିଟର ଉପରେ ଏହି ଉଷ୍ମ ବାୟୁ ରହିଥିବା କାରଣରୁ ଆଦ୍ରତା ଅଧିକ ରହୁଛି । ଏହା ପ୍ରଭାବରେ ପ୍ରାକ ମୌସୁମୀ ବର୍ଷାରେ ବିଳମ୍ବ ହେଉଛି । ଏହାସହ ରାଜ୍ୟରେ ଜୁନ ପହିଲାରୁ ୭ ତାରିଖ ମଧରେ ୭.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷାଠାରୁ ୭୩ ପ୍ରତିଶତ କମ୍ ବର୍ଷା । ତେଣୁ ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିପାରେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗ୍ରୀଷ୍ମ ପ୍ରଭାହ ସହ ଗୁଳୁଗୁଳି ଅନୁଭୂତ ହେଉଛି ।
ଗତକାଲି ପଶ୍ଚିମ ଓଡ଼ିଶାରେ ୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ ହୋଇଛି । ସେହିଭଳି ୨ ଦିନ ପୂର୍ବରୁ ୧୮ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଆଗକୁ ଆହୁରି ୨ ଦିନ ଏଭଳି ତାପମାତ୍ରା ରହିବ । ଏହାକୁ ଲକ୍ଷ କାରି ୧୦ ତାରିଖ ପର୍ଯନ୍ତ ପଶ୍ଚିମ ଓଡ଼ିଶାରେ ହିଟ ୱେଭ୍ ର ସମ୍ଭାବନା ରହିଛି । ଆଜି ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ତାପମାତ୍ରା ସ୍ୱାଭାବିକ ଠାରୁ ୪.୫ ଡିଗ୍ରୀ ଅଧିକ ରହିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।