ପ୍ରକୃତ ହିତାଧିକାରୀଙ୍କୁ ଘର ମିଳିନି । ଗୃହ ବଣ୍ଟନରେ ପାତର ଅନ୍ତର କରାଯାଇଛି । କେନ୍ଦ୍ରୀୟ ଟିମ ୫ ଜିଲ୍ଲାର ୯ ବ୍ଲକ ଯାଇ ଅନିୟମିତତା ଦେଖିଛନ୍ତି । ଅନିୟମିତତା ହୋଇଥିବା ନେଇ ରାଜ୍ୟସରକାରଙ୍କୁ କେନ୍ଦ୍ରୀୟ ଟିମ ଅବଗତ କରାଇଛନ୍ତି ହେଲେ କାର୍ଯ୍ୟାନୁଷ୍ଠାନ ହୋଇନି । ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଲେ ମୋହନ ମାଝୀ ।
ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କହିବା ପାଇଁ ଅଧିକ ସମୟ ମାଗିଲେ ବିରୋଧୀଦଳ ମୁଖ୍ୟ ସଚେତକ । ଶୁନ୍ୟକାଳରେ କହିବାକୁ ଅଧିକ ସମୟ ନଦେବାରୁ ବିରୋଧୀ ବିଜେପି ସଦସ୍ୟଙ୍କ ହୋ ହାଲ୍ଲା । ମୁଖ୍ୟ ବିରୋଧୀ ଦଳର ପଦ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥିବା କହି ଗାନ୍ଧୀମୂର୍ତ୍ତ ତଳେ ପ୍ରତିବାଦ କରିଛନ୍ତି ବିଜେପି ସଦସ୍ୟ । ଉପନେତା ବିଷ୍ଣୁ ସେଠୀ ମଧ୍ୟ ଉପସ୍ଥିତ ଅଛନ୍ତି ।