ଗୁରବାର ମୌସୁମୀ ପ୍ରବେଶ କରିଥିବା ବେଳେ ଆସନ୍ତା ୨ ରୁ ୩ ଦିନ ପରେ ମୌସୁମୀ ରାଜ୍ୟରେ ଆହୁରୀ ସକ୍ରିୟ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୦ ତାରିଖ ପରଠାରୁ ବର୍ଷାର ପରିମାଣ ବଢ଼ିବ। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି କୋରାପୁଟର ବନ୍ଧୁଗାଁରେ ସର୍ବାଧିକ ୭୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି କନ୍ଧମାଳ ଜି ଉଦୟଗିରିରେ ୬୫.୪ ମିଲିମିଟର, ନୂଆପଡ଼ା ଖରିଆରରେ ୫୦.୬ ମିଲିମିଟର, ଫୁଲବାଣୀରେ ୪୧.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ଏଥର ନିଅଣ୍ଟିଆ ବର୍ଷାର ଆଶଙ୍କା ଦେଖାଦେଇଛି।
କାରଣ ୨୦୧୯ରୁ ମେ ଓ ଜୁନ ମାସରେ ସାଇକ୍ଲୋନ ସୃଷ୍ଟି ହେଉଛି । ଫଳରେ ମନସୁନ୍ କରେଣ୍ଟକୁ ପ୍ରଭାବିତ କରିଛି। ଆରବ ସାଗରରୁ ଫ୍ଲୋ ମଧ୍ୟ ଷ୍ଟ୍ରଙ୍ଗ ନାହିଁ । ଫଳରେ ଭଲ ବର୍ଷା ହୋଇପାରୁନି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ଭଲ ବର୍ଷା ହୋଇପାରିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।