ଏହା ପଛକୁ ଟିଟିଲାଗଡ 45.2ଡିଗ୍ରୀ, ଭବାନୀପାଟଣା 43.5 ଡିଗ୍ରୀ ଝାରସୁଗୁଡା 42.7ଡିଗ୍ରୀ, ସମ୍ବଲପୁର ଓ ସୁନ୍ଦରଗଡରେ 42ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି । ଗୋଟିଏ ପଟେ ମୌସୁମୀ ପାଇଁ ପାଗ ଅନକୂଳ ହେଉନଥିବା ବେଳେ ଆହୁରି 48ଘଣ୍ଟା ଯାଏ ପାଗରେ ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବଲାଙ୍ଗୀର, ବରଗଡ, ଝାରସୁଗୁଡା, ସୋନପୁର କଳାହାଣ୍ଡି, ବୌଦ୍ଧ ଏବଂ ନୂଆପଡା ଜିଲ୍ଲାରେ ଆଗାମୀ 24ଘଣ୍ଟା ଯାଏ ହିଟୱେଭ ସ୍ଥିତି ଲାଗି ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସଂପୃକ୍ତ ଜିଲ୍ଲାଗୁଡିକୁ ୟେଲୋ ଓ୍ବାର୍ଣ୍ଣି ଜାରି କରାଯାଇଥିବା ସୂଚନା ରହିଛି ।
ବିଳମ୍ବ ହେଉଛି ମୌସୁମୀ

ଅର୍ଗସ ବ୍ୟୁରୋ: ବିଳମ୍ବ ହେଉଛି ମୌସୁମୀ, ଲାଗିରହିଛି ତାତି । ବିଶେଷ କରି ପଶ୍ଚିମ ଓଡିଶାରେ ଜନଜୀବନ ଅସ୍ତବ୍ୟସ୍ତ କରୁଛି ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗୁଳୁଗୁଳି । ଗୁରୁବାର ସର୍ବାଧିକ 45.3ଡିଗ୍ରୀ ସହ ବଲାଙ୍ଗୀର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି ।
ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ଶ୍ରୀମନ୍ଦିର ପ୍ରଶାସନର ସମୟ ନିର୍ଘଣ୍ଟ ଜାରି

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ।ନବଯୌବନ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଘଣ୍ଟ ଜାରି କରିଛି । ଦୀର୍ଘ ୫ ଘଣ୍ଟା ପାଇଁ ସାଧାରଣ ଦର୍ଶନ ଧାର୍ଯ୍ୟ ହୋଇଛି। ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ଦର୍ଶନ ପାଇଁ ଧାର୍ଯ୍ୟ ହୋଇଛି। ଏହାପରେ ସକାଳ ୯ଟାରୁ ୧୦.୩୦ ଯାଏଁ ସର୍ବସାଧାରଣ ଦର୍ଶନ କରିହେବ। ବିଶେଷ ନୀତି ପାଇ
Download Argus News App
