ଏଥିପାଇଁ ଆଗାମୀ ୨୪ ଘଣ୍ଟା ପାଇଁ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଉଛି- ସମ୍ବଲପୁର,ସୋନପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ, ଝାରସୁଗୁଡ଼ା ଓ କଳାହାଣ୍ଡି । ଏହି ୮ ଟି ଜିଲ୍ଲାବାସୀ ଆଜି ଦିନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଯଥାସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।
13 ତାରିଖ ଯାଏଁ ମୌସୁମୀ ଛୁଇଁବ ନାହିଁ ଓଡ଼ିଶା

ଭୁବନେଶ୍ୱର: ଆରମ୍ଭରୁ ଧୋକା ଦେଲାଣି ମୌସୁମୀ । ରାଜ୍ୟରେ 13 ତାରିଖ ଯାଏଁ ମୌସୁମୀ ଛୁଇଁବ ନାହିଁ ଓଡ଼ିଶା । ବର୍ତ୍ତମାନ ଉତ୍ତର-ପଶ୍ଚିମ ପବନ ପାଇଁ ମୌସୁମୀ ବିଳମ୍ବ ହେଉଛି । 11 ତାରିଖରେ ମୌସୁମୀ ଛୁଇଁବା ନେଇ ଚିତ୍ର ସ୍ପଷ୍ଟ ହୋଇନପାରେ ବୋଲି ସୂଚନା ଦେଇଛନ୍ତି ଆଇଏମଡି ବୈଜ୍ଞାନିକ ଆର.କେ ଜେନାମଣି । ସାଧାରଣତଃ ଜୁନ 12 ରୁ 15 ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁ ଥାଏ । ଆହୁରି ଦୁଇ ଦିନ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
