୧୨ ତାରିଖ ବେଳକୁ ସ୍ଥିତି ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ଉତ୍ତର ପଶ୍ଚିମ ପବନ ଯୋଗୁଁ ଓଡ଼ିଶାରେ ଗରମ ହେଉଛି। ଆହୁରି ୨ ଦିନ ଏପରି ହୋଇପାରେ। ବର୍ତ୍ତମାନ କିନ୍ତୁ ବଙ୍ଗୋପସାଗର ପୁରା ବର୍ଷାରେ ଆଚ୍ଛାଦିତ ହୋଇଛି। ଏହା ପୂର୍ବ ଏବଂ ପଶ୍ଚିମ ଭାରତ ପାଇଁ ଭଲ ସୂଚକ ।
ଜୁନ ମାସରେ ସାଧାରଣ ବର୍ଷାଠୁ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ। ବର୍ତ୍ତମାନ ମୌସୁମୀ ଉତ୍ତରପୂର୍ବ ରାଜ୍ୟ ଏବଂ ଦକ୍ଷିଣ ଭାରତର ଅନେକ ରାଜ୍ୟକୁ ଛୁଇଁ ସାରିଛି।