କିଛି ଦିନ ପୁର୍ବରୁ ଜଣେ ଚୋର ଗୋଠରୁ ମଇଁଷି ଚୋରି କରି ନେଇ ଯିବା ସମୟରେ ଇଣ୍ଡିପୂର୍ ଗ୍ରାମବାସୀମାନଙ୍କ ହାବୁଡ଼ରେ ପଡ଼ି ଥିଲା । ଚୋରକୁ କାବୁ କରି ଗାଁ ଲୋକେ ପୋଲିସକୁ ଜୀମା ଦେଇଥିଲେ । ଆଜି ସେହିପରି ରାତିରେ ଅନ୍ୟ ଉପାୟରେ ସ୍କର୍ପିଓ ଗାଡ଼ିରେ ଗୋ ଚୋରି କରି ନେଇ ଯାଉଥିଲେ । ସେହି ସମୟରେ ମଣ୍ଡଯୋଡା ଗାଁ ଲୋକ ଜାଣି ପାରି ଚୋରକୁ ଧରିବାରେ ଉଦ୍ୟମ କରୁଥିବାବେଳେ ରାତିର ସୁଯୋଗ ନେଇ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ ।
ପରେ ଏକ ସ୍କର୍ପିଓ OD05W2425 ନମ୍ୱର ଥିବା ଗାଡ଼ିକୁ ଧରିବା ଶହ ଗାଡ଼ିରେ ତିନୋଟି ବଳଦ ଛଡେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ଗାଡିକୁ ଜବତ କରିବା ସହ ବଳଦ ମୁକ୍ତ କରି ଅଧିକ ତଦନ୍ତ କରୁଛି ।