ଅର୍ଗସ ବ୍ୟୁରୋ : ଗୁଣୁପୁର ବ୍ଲକ ଘନାନ୍ତରୀ ପଞ୍ଚାୟତ ର ତଳ ସାମ୍ପିନି ଏବଂ ଉପର ସମ୍ପିନି ଗାଁ। ଗୁଣୁପୁର ସୋଦର ମୋହକୁମ୍ମା ଠାରୁ 10କିମି ଦୂର ପଡେ ଏହି ଦୁଇ ଗ୍ରାମ। ସ୍ୱାଧିନତା ର ୭୫ବର୍ଷ ପରେ ବି ଗଡୁନି ବିକାଶ ର ରଥ। ଲୋକଙ୍କୁ ମିଳିପାରୁନି ମୌଳିକ ସୁବିଧା। ଦୁଇଗ୍ରାମରେ ସମୁଦାୟ 90ପରିବାର 300 ରୁ ଉର୍ଦ୍ଧ ସଦସ୍ୟ ବସବାସ କରୁଛନ୍ତି। କାହିଁ କେଉଁ କାଳରୁ ବସ ବାସ କରିଆସୁଥିବା ଏହି ଗ୍ରାମ କୁ ଖଣ୍ଡିଏ ରାସ୍ତା ବି ସଂଯୋଗ କରା ଯାଇ ପାରୁନି । ପାଦଚଲା ସଂକୀର୍ଣ୍ଣ ଘୋଞ୍ଚ ଜଙ୍ଗଲ ପଥରିଆ ରାସ୍ତା ଏମାନଙ୍କ ଗମନାଗମନ ର ମାଧ୍ୟମ। ପାଦଚଲା ପଥରିଆ ରାସ୍ତା ଅତିକ୍ରମ କଲାପରେ ପଡେ ସାନ ନଦୀ ଏହିନଦୀ ପାର ହୋଇ ପଞ୍ଚାୟତରୁ ଚାଉଳ ଓ ବିଧବା ଭତା ଆଣିବାପାଇଁ ଯାଇଥାନ୍ତି ଦୁଇ ଗ୍ରାମବାସୀ। ଗାଁ ରେ ବସୁଦ୍ଧା ଯୋଜନା ଫେଲ ମାରିଛି ଗାଁ ରେ ପାନିଅ ଜଳ ର ବ୍ୟବସ୍ତା ଥାଇମଧ୍ୟ ନଥିବା ସାଙ୍ଗେ ସମାନ।
ସୋଲାର ପାଣିଟାଙ୍କି ନାମକୁ ମାତ୍ର ସେଥିରୁ ପାଣି ଅସୁନି। ନଳକୂପ ଅଛି ହେଲେ ତାହା ଅଚଳ। ବାଧ୍ୟ ହୋଇ ଲୋକେ କୂପର ଦୂଷିତ ଜଳ ବ୍ୟବହାର କରି ରଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଜଗ କରିଛନ୍ତି l ସରକାରୀ ଯୋଜନା ଅନୁଯାଇ ଗ୍ରାମରେ କାହାରିକି ଆବାସ ଯୋଜନାରେ ଘର ଟିଏ ବି ମିଳିନାହିଁ ଫଳରେ ଦୁଖ କଷ୍ଟରେ ଜୀବନ କାଟୁଛନ୍ତି ଗ୍ରାମର ଗରିବ ଆଦିବାସି ପରିବାର।
ମୁଖ୍ୟତଃ ରାସ୍ତା ନଥିବାରୁ ବହୁ ସମସ୍ୟରେ ଗତିକରୁଛନ୍ତି ଏଠାଲରଲୋକେ ଗ୍ରୀଷ୍ମ ଦିନେ ଯେମିତି ସେମିତି ଚଳିଯାଏ କିନ୍ତୁ ବର୍ଷାଦିନ ଆସିଲେ ଲୋକଙ୍କ ମନରେ ଚନକା କାରଣ ଖାଲଖମା ସାଙ୍ଗକୁ କାଦୁଅ ପଚ ପଚ। ଗ୍ରାମକୁ ଆମ୍ଭୁଲାନ୍ସ ଅସିପାରୁନି।ଫଳରେ ରୋଗୀ କୁ 3ରୁ 4 କିମି କାନ୍ଦରେ ରେ ବୋହି ଆଣିଥାନ୍ତି ଗ୍ରାମବାସୀ। ପରେ ସେଠାରୁ ଗାଡି ଯୋଗେ 10 କିମି ଦୂର ଗୁଣୁପୁର ମେଡିକାଲ କୁ ଯାଉଛନ୍ତି ରୋଗୀl
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।