ଏହା ସହ ଟ୍ରକରୁ ୪୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି ପୋଲିସ । ସୂଚନା ଅନୁଯାଇ ଗତକାଲି ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ଟ୍ରକ କୁଶୁପଲ୍ଳା ଠାରୁ ଭଦ୍ରକ ଯାଉଥିବା ବେଳେ ସାଧାରଣ ଲୋକେ ଏହି ଗାଡିକୁ ବାଘମାରୀ ଠାରେ ଅଟକ କରିବା ସହ ପୋଲିସ କୁ ଖବର ଦେଇଥିଲେ । ପରେ ଘଟଣାସ୍ଥଳ ରେ ବାଘମାରୀ ପୋଲିସ ପହଞ୍ଚି ଗୋରୁ ଗାଡିଟିକୁ ଜବତ କରିବା ସହ ଗାଡିରେ ଥିବା ୪୦ଟି ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ।
ସେହିପରି ଗାଡିରେ ଥିବା ଦୁଇ ଜଣକୁ ପୋଲିସ ଅଟକ କରି ଘଟଣାର ଅଧିକ ତଦନ୍ତ ଚଳାଇଛି । ଅଟକ ହୋଇଥିବା ବ୍ଯକ୍ତି ଗୋ ମାଫିଆ ଓ ଗାଡିର ହେଲପର ବୋଲି ଜଣାପଡିଛି କିନ୍ତୁ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି ।
ବେଗୁନିଆ ଥାନା ଅଞ୍ଚଳର କୁଶୁପଳ୍ଳା ଜାମୁସାହି ଓ କଡବ ଅଞ୍ଚଳର ଗୋରୁ ଦଲାଲ ମାନେ ସକ୍ରିୟ ହୋଇ ବିଳମ୍ବିତ ରାତ୍ରିରେ ଗୋରୁ ମାତାଙ୍କୁ ଦଲାଲଙ୍କ ମାଧ୍ୟମରେ ଗୋରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଚାଲାଣ ହେଉଛି । ପୂର୍ବରୁ ପୋଲିସ ଅନେକ ଗୋରୁ ବୋଝେଇ ଗାଡ଼ି ଜବତ କରିଛି । ଗୋ ମାଫିଆଙ୍କ ବିରୁଦ୍ଧ ଦୃଢ କାର୍ଯ୍ୟାନୁଷ୍ଠାନ ନନେବା ଯୋଗୁ ଏହା ସମ୍ଭବପର ହେଉଛି ବୋଲି ସାଧାରଣ ରେ ଆଲୋଚନା ହେଉଛି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।