ତେବେ ଗିଲାଜୁଡି, ତଥା ଆଖପାଖ ଗ୍ରାମରେ ସମସ୍ତ ଲୋକେ ପ୍ରସାଦ ସେବନ କରିଥିଲେ । ପ୍ରଥମେ ଗ୍ରାମର କିଛି ଲୋକଙ୍କୁ ଝାଡା ଓ ବାନ୍ତି ହୋଇଥିଲା । ପରେ ଆକ୍ରାନ୍ତଙ୍କ ସଂଖ୍ୟା 50କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ମାନଙ୍କୁ ପ୍ରଥମେ ପାଉଁଶକୁଲି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ଅଧିକ ଛୋଟ ପିଲା ରହିଛନ୍ତି ।
ପ୍ରସାଦ ସେବନ କରି 50 ରୁ ଉର୍ଦ୍ଧ୍ୱ ଗୁରୁତର

ବାଲେଶ୍ଵର: ପ୍ରସାଦ ସେବନ କରି 50 ରୁ ଉର୍ଦ୍ଧ୍ବ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ଗିଲାଜୁଡି ଗ୍ରାମରେ । ଗିଲାଜୁଡି ଗ୍ରାମରେ ମା ଭଗବତୀଙ୍କ ପୂଜା ହୋଇଥିଲା । ଏହି ଅବସରରେ ପ୍ରାୟ 15ଶହ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।
Download Argus News App
