ଏହାସହ ଜଂଗତସିଂପୁରର ପ୍ରସ୍ତାବିତ jsw ପ୍ଲାଣ୍ଟରେ ଜାପାନର ଜାଭ କମ୍ପାନୀର ପୁଞ୍ଜିନିବେଶ ହୋଇଛି । 2018 ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଜାପାନ ପାର୍ଟନର ରହିଥିଲା । ତେବେ 2020ରେ ମଧ୍ୟ ପାର୍ଟନର ହେବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଏବେ ସାରା ଦେଶରେ 140 ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେଉଛି । ଟାର୍ଗେଟ ରହିଛି 300 ଟନ୍ । ଏଥିରେ ଓଡିଶା ପ୍ରମୁଖ ଭୂମିକା ନିଭାଇବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
More and more companies are investing in India. I am glad @ArcelorMittal and Nippon Steel; @jswsteel and JFE Steel are joining hands. I am confident that success of these ventures will encourage other foreign investors to partner in India's growth story in steel sector. pic.twitter.com/phnDzbuKGQ— Dharmendra Pradhan (@dpradhanbjp) February 27, 2020
ସେପଟେ କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ଗୁରୁତ୍ୱ ଦେଉଛି ଇସ୍ପାତ ମନ୍ତ୍ରଣାଳୟ । ଏହା ବାଦ କୃଷି, କେମିକାଲ, ହସ୍ତତନ୍ତ, ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ପର୍ଯ୍ୟଟନର ମଧ୍ୟ ଅଧିକ ସୁଯୋଗ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।