ଏପରି ଦୃଶ୍ୟ କେବଳ ତହସିଲ ଅଫିସର ତାହା ନୁହେଁ। ବାସୁଦେବପୁର ରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକର ସମାନ ଅବସ୍ଥା । ତେବେ ଆଉ ଏକ କାର୍ଯ୍ୟାଳୟର ସ୍ଥିତି ଦେଖନ୍ତୁ । ଏ ହେଉଛି ବାସୁଦେବପୁର ବ୍ଲକ କାର୍ଯ୍ୟାଳୟର ଦୃଶ୍ୟ । ଖୋଦ ବଡ଼ ବାବୁ ମାନେ ଆସି ନାହାନ୍ତି । ବିଡ଼ିଓ ଙ୍କ କାର୍ଯ୍ୟାଳୟରେ ଲାଗିଥିବା ଘଣ୍ଟା ଦେଖନ୍ତୁ । ସମୟ 8ଟା 10 ବାଜିଲାଣି । ହେଲେ ବିଡ଼ିଓଙ୍କ ସିଟ ଖାଲି । ବିଡ଼ିଓ ମହୋଦୟ ଆସି ନାହାନ୍ତି । ବ୍ଲକ ରେ ଥିବା ଅନ୍ୟ ବିଭାଗ ଗୁଡିକ ଦେଖନ୍ତୁ । 8ଟା ପରେ ମଧ୍ୟ ସରକାରୀ କାର୍ଯ୍ୟାଳୟ ଗୁଡିକରେ ତାଲା ଝୁଲୁଛି । ଲୋକମାନେ କାମ ପାଇଁ ଭିଡ଼ ଲଗେଇଲେଣି ହେଲେ ବାବୁ ମାନେ ଆସି ନାହାନ୍ତି ।
ମୁଖ୍ୟ କିରାଣୀଙ୍କ ବିଭାଗ ଠାରୁ ଆରମ୍ଭ କରି ମୋ ସରକାର କକ୍ଷ, ଗ୍ରାମ ପଂଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ କାର୍ଯ୍ୟାଳୟ, ସବୁ ବିଭାଗରେ ତାଲା ଝୁଲୁଛି । ତା ପାଖକୁ ସମନ୍ୱିତ ଶିଶୁ ବିଭାଗ କାର୍ଯ୍ୟାଳୟ ଦେଖନ୍ତୁ । ସାଢ଼େ 7ଟା ବାଜିଲାଣି ହେଲେ କର୍ମଚାରୀ ଓ ଅଧିକାରୀ ଆସିବାତ ଦୂରର କଥା ଅଫିସ ରେ ଝୁଲୁଛି ତାଲା । ତା ପାଖକୁ ବ୍ଲକ ଯୋଗାଣ ବିଭାଗର କାର୍ଯ୍ୟାଳୟ । କାର୍ଯ୍ୟାଳୟ ଖୋଲା ଯାଇଛି ହେଲେ ବାବୁଙ୍କର ମଧ୍ୟ ଦେଖା ନାହିଁ । ତା ପାଖକୁ ଓଡିଶା ଜୀବିକା ମିଶନ ବିଭାଗର ଅଫିସ । ସେଠି ମଧ୍ୟ ମାଡାମ ମାନଙ୍କର ଦେଖା ନାହିଁ । ରୁମ ଖୋଲା ଯାଇଛି ହେଲେ କର୍ମଚାରୀଙ୍କ ଦେଖା ନାହିଁ । ଜଣକ ପରେ ଜଣେ 8ଟା ପରେ ବାବୁ ମାନେ ଆସୁଛନ୍ତି । କେବଳ କାର୍ଯ୍ୟାଳୟ ଗୁଡିକରେ ପିଅନ ମାନଙ୍କର ଦେଖା ମିଳୁଛି। ନା ସଠିକ ସମୟରେ ବିଡ଼ିଓ ଆସୁଛନ୍ତି ନା ସିଡିପିଓ ମାଡାମ ଆସୁଛନ୍ତି । ନ ଅନ୍ୟ କାର୍ଯ୍ୟାଳୟ ଗୁଡିକର ଅଧିକାରୀ ମାନେ ଆସୁଛନ୍ତି ।
ଫଳରେ କାମ ପାଇଁ ଆସିଥିବା ସାଧାରଣ ଲୋକମାନେ ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ଗୁଡିକରେ ଟାଣ ଖରାରେ ବସି ବସି ଫେରି ଯିବାକୁ ପଡୁଛି । ସମାନ ଅବସ୍ଥା ମଧ୍ୟ ଅନ୍ୟ କାର୍ଯ୍ୟାଳୟ ଗୁଡିକରେ । କୃଷି ବିଭାଗ କାର୍ଯ୍ୟାଳୟ ଠାରୁ ବନ ବିଭାଗ କାର୍ଯ୍ୟାଳୟରେ ଝୁଲୁଛି ତାଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଉପକୂଳ ଓଡିଶାରେ ସକାଳ 7ଟାରୁ ସକାଳୁଆ ଅଫିସ ଖୋଲାଯାଇ ଦିନ ଗୋଟାଏରେ ବନ୍ଦ ହେବାର ନିୟମ ରହିଛି । ହେଲେ ସରକାରୀ ବାବୁ ମାନେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି ଦେଇ ସରକାରୀ ନିର୍ଦେଶକୁ ମାନୁ ନାହାନ୍ତି । କାର୍ଯ୍ୟାନୁସ୍ଥାନ ଅଭାବରୁ ମନଇଚ୍ଛା କାର୍ଯ୍ୟ କରୁଛନ୍ତି ସରକାରୀ କର୍ମଚାରୀ ।
ବାସୁଦେବପୁର ରେ ପଂଚାୟତ ସମିତି କାର୍ଯ୍ୟାଳୟ, ପୌରପାଳିକାର କାର୍ଯ୍ୟାଳୟ, କୃଷି ବିଭାଗର କାର୍ଯ୍ୟାଳୟ ସହ ଆରଡି ବିଭାଗ, ଆର ଏଣ୍ଡ ବି ବିଭାଗ, ଇରିଗେସନ ବିଭାଗ, ବନ ବିଭାଗ ଭଳି ସରକାରୀ କାର୍ଯ୍ୟାଳୟ ଗୁଡିକ ରହିଛି । ଅଧିକାଂଶ ଅଧିକାରୀ ସରକାରୀ ନିୟମର ଗଳା ବାଟ ଦେଇ ଖସି ଯାଉଛନ୍ତି । ସରକାରୀ ବାବୁ ମାନଙ୍କୁ ପଚାରିଲେ କିଏ କହୁଛି ମୁଁ ଫିଲଡ଼ ରେ ରହିଛି ତ କିଏ ଅଫିସ କାମରେ ଭଦ୍ରକ ରେ ଅଛି କହୁଛନ୍ତି । ଅନ୍ୟପଟରେ ଅଧିକାରୀ ମାନଙ୍କୁ ପଚାରିବାରୁ ସମସ୍ତେ ସମୟ ରେ ଆସୁଛନ୍ତି ବୋଲି ଯୁକ୍ତି ବାଡୁଛନ୍ତି । ତେବେ ସରକାରୀ ନିୟମକୁ ମାନୁନଥିବା ବଡ଼ ବଡ଼ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ ସରକାର କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବେ ତାହା ଦେଖିବାକୁ ବାକି ରହିଲା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: