ଦୁର୍ବୁତ୍ତମାନେ ଦୋକାନରେ ଚୋରି କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ରାୟଗଡା ଥାନା ପୋଲିସ , ଫରେନସିକ୍ ଟିମ ଓ ଡଗ୍ ସ୍କାର୍ଡ ପଂହଚି ତଦନ୍ତ କରିଛନ୍ତି । ତେବେ ଏଘଟଣା ଏଠି ନୂଆ କଥା ନୁହେଁ, ଏହା ପୂର୍ବରୁ ମଧ୍ୟ ,ପରି ଘଟଣା ସାମ୍ନାକୁ ଆସିଛି। ଚୋରି ଘଟଣା ଯଦି ଏପରି ଭାବରେ ବଢ଼ି ବଢ଼ି ଚାଲେ, ତେବେ ସାଧାରଣ ଲୋକେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଆହୁରି ଓଡ଼ିଶାରେ ଘଟୁଥିବା ବିଭିନ୍ନ ଅପରାଧ ସଂପର୍କିତ ଖବର ପଢ଼ନ୍ତୁ
ଏସି ସୋରୁମରୁ ଲୁଟି ନେଲେ ୨୫ ହଜାରରୁ ଅଧିକ ଟଙ୍କା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଅର୍ଗସ ବ୍ୟୁରୋ: ରାୟଗଡ଼ା ସହରରେ ପୁଣି ଚୋରି । ୩୨୬ ନମ୍ବର ଜାତୀୟ ରାଜପଥ ତୁମ୍ବିଗୁଡା ଛକ ନିକଟରେ ଥିବା ଜଗତଜନନୀ ଏସିସୋ ରୁମରେ ଗତକାଲି ବିଳମ୍ବିତ ରାତିରେ ଲୁଟ ହୋଇଥିବା ଜଣାପଡିଛି। ସଟର ତାଡ଼ି ୨୫ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି ।
ଚଳିତ ବର୍ଷ ବାତ୍ୟା ଆଶଙ୍କା ଅଧିକ: ପାଣିପାଗ ବିଭାଗ

ଅର୍ଗସ୍ ବ୍ୟୁରୋ : ଏ ବର୍ଷ ବାତ୍ୟା ଆଶଙ୍କା ଅଧିକ। ଏପରିକି ଚଳିତ ବର୍ଷ ଅଧିକ ବାତ୍ୟା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୨୦୨୦ରୁ ଆରମ୍ଭ ହୋଇଥିବା ଲା-ନିନୋର ପ୍ରଭାବ ଚଳିତ ବର୍ଷ ମଧ୍ୟ ଜାରି ରହିଛି । ଯାହାର ପ୍ରଭାବରେ ଚଳିତ ବର୍ଷ ବାତ୍ୟାର ଆଶଙ୍କା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ।
ଲା-ନିନୋ ଥଣ୍ତା ସାମୁଦ୍ରିକ ଜଳକୁ କୁହାଯାଏ
Download Argus News App
