ବସ୍ତିର ଜଣେ ମହିଳା ଅନେକ ଦିନରୁ ନିଜ ସ୍ବାମୀଙ୍କୁ ହରାଇବା ପରେ ଦୁଃଖ କଷ୍ଟରେ ନିଜ ପୁଅକୁ ଧରି ଜୀବନ ବିତାଉଛନ୍ତି। ତାଙ୍କ ପୁଅ ପ୍ରତ୍ୟେକ ଦିନ ମଦ ପିଇବା ସହିତ ମା’ଙ୍କୁ ମାରଧର କରୁଥିଲେ ଯାହାକୁ ନେଇ ତାଙ୍କ ମା’ ସବୁବେଳେ କାନ୍ଦୁଥିଲେ। ଦିନକୁ ଦିନ ପୁଅର ଏଭଳି ବ୍ୟବହାର ବଢ଼ିବାକୁ ଲାଗିଥିବା ବେଳେ ଆଜି ମା’ ଭାତ ଖାଉଥିବା ସମୟରେ ପୁଅ ଅଚାନକ ଆସି ଭାତ ଥାଳି ଫିଙ୍ଗିବା ସହିତ ମାଙ୍କୁ ଗୋଡ଼ାଇ ଗୋଡ଼ାଇ ବାଡେଇ ଥିଲା। ସ୍ଥାନୀୟ ଲୋକେ ଏସବୁ ଦେଖି ପୋଲିସକୁ ଖବର ଦେବାରୁ ପୋଲିସ ପହଞ୍ଚି ଉକ୍ତ ମହିଳାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଛି।
ପୁଅ ମାଡ଼ରେ ମା’ ଗୁରୁତର
ଅର୍ଗସ ବ୍ୟୁରୋ: ପୁଅର ମାଡ଼ରେ ଜଣେ ମା’ ଗୁରୁତର ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଗୁରୁତର ଅବସ୍ଥାରେ ଉକ୍ତ ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଭାତ ଖାଉଥିବା ସମୟରେ ଜଣେ ମହିଳାଙ୍କୁ ତାଙ୍କ ପୁଅ ଘୋଷାଡି ଘୋଷାଡି ପିଟିବା ପରେ ଉକ୍ତ ମହିଳା ଜଣକୁ ଗୁରୁତର ହୋଇପଡ଼ିଥିଲେ।
Download Argus News App
