ଅର୍ଗସ ବ୍ୟୁରୋ: ଘରୋଇ ଗଣମାଧ୍ୟମ ସଂସ୍ଥାର ସ୍ୱନକ୍ଷତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ।କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ।କହିଲେ ସାହସ ନଥିଲେ ସାମ୍ବାଦିକତା କରିହୁଏନି।
ଏହାସହ ଧର୍ମେନ୍ଦ୍ର ଏହା ମଧ୍ୟ କହିଛନ୍ତି ଯେ,`ନିରପେକ୍ଷତା, ନିର୍ଭିକତା, ପଜିଟିଭିଟି, ଆଲୋଚନା, ସମାଲୋଚନା ଜରୁରୀ'।`ନିନ୍ଦା, ପ୍ରଶଂସା, ସକାରାତ୍ମକ ମନୋବୃତ୍ତିର ସାମୂହିକ ନାମ ହେଉଛି ସାମ୍ବାଦିକତା'।`ଦେଶର ବିକାଶରେ ସହଯୋଗ କରୁଥିବା ସବୁ ଗଣମାଧ୍ୟମକୁ ଧନ୍ୟବାଦ'।`ଶିକ୍ଷାଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମାତୃଭାଷାର ପ୍ରଚଳନ ଜରୁରୀ'।ଆମ ଭାଷାରେ ଆମ ଓଡ଼ିଶାକୁ ବୁଝିବାକୁ ପଡ଼ିବ।
ଓଡିଶା ଖବର ଆହୁରି ପଢନ୍ତୁ