ଆଉ ପୋଲିସକୁ ଟାଣିଛନ୍ଯାତି କାଠଗଡାକୁ । ଆଉ ଏବେ ଏହି ଘଟଣା ପରେ ବିବାଦରେ ଖୋଦ୍ ବାଲେଶ୍ବର ଏସପି। ଜଣେ ମହିଳା ବାରମ୍ବାର ଥାନାକୁ ଦୌଡୁଥିଲେ ବି କାହିଁକି ତାଙ୍କର ଏତଲା ରଖୁନି ପୋଲିସ ? କଣ ଗରିବ ବୋଲି ଅଭିଯୋଗକୁ ଗ୍ରହଣ କରିବ ନାହିଁ।ଗରିବ ମାଆ କଣ ପାଇବେନି ନ୍ୟାୟ ?ଆଉ ମୋ ସରକାର ଓ ମୋ ପୋଲିସର ବାହାସ୍ପୋଟ ମାରୁଥିବା ସରକାର । ଏ ମା ଆଖିରୁ ଲୁହ ପୋଛିବେ ତ?
ବାଲେଶ୍ୱର ବାହାନଗା ବ୍ଲକ ଅନ୍ତର୍ଗି ଖରାସାହାପୁର ଗାଁର ରବିନ୍ଦ୍ର ମହାଲିକଙ୍କ ପୁଅ ଇନ୍ଦୁ ଭୂଷଣ ପ୍ରେମ ବିବାହ କରିଥିଲେ। ଏହାପରେ ସେ ବାଲେଶ୍ୱରର ସତ୍ୟନଗର ଅଞ୍ଚଳରେ ରହୁଥିଲେ। ତେବେ ଗତ ୬ ତାରିଖରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ତେବେ ସନ୍ଦେହଜନକ ଭାବେ ପୁଅର ମୃତ୍ୟୁକ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବାର ଲୋକେ। ଏବଂ ପୁଅକୁ ହତ୍ୟା କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି।
ନ୍ୟାୟ ପାଇଁ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ। ଗୋପାଳପୁର ଫାଣ୍ଡି, ସୋର ଥାନା, ବାଲେଶ୍ବର ସହିଦନଗର ଥାନା ପଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ପୁଲିସ ତାଙ୍କ ଏତଲାକୁ କାହିଁକି ରଖୁନି।..କେମିତି ମିଳିବ ଭେଣ୍ଡିଆ ପୁଅକୁ ହରାଇଥିବା ପୁଅକୁ ନ୍ୟାୟ?