ତେବେ ଡିସେମ୍ବର ୧୯ ତାରିଖରେ ମତ୍ସ୍ୟ ବିଭାଗକୁ ସତ୍ୟପାଠ ଦାଖଲ ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ଏଥିପାଇଁ ଅଧିକ ସମୟ ମଗାଯିବାରୁ ପରବର୍ତ୍ତୀ ଶୁଣାଣୀ ୧୪ ମାର୍ଚ୍ଚ ୨୦୨୩କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।ହାଇକୋର୍ଟଙ୍କ ରାୟକୁ ମତ୍ସ୍ୟଜୀବୀମାନେ ସ୍ବାଗତ କରିଥିବା ବେଳେ ସେମାନଙ୍କୁ ସରକାର ପ୍ରଥମେ ସୌର ଚାଳିତ ଡଙ୍ଗା ଯୋଗାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି ମତ୍ସ୍ୟଜୀବୀ । ଅନ୍ୟପଟେ ହାଇକୋର୍ଟଙ୍କ ନିର୍ଦେଶ ପହଞ୍ଚି ନଥିବା କହିଛନ୍ତି ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ । ନିର୍ଦେଶ ମିଳିବା ପରେ ଜିଲ୍ଲା ପ୍ରଶାସନ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
ମୋଟର ବୋଟ ବଦଳରେ ସୌର ଚାଳିତ ବୋଟ ଚାଲିଲେ ପ୍ରଦୂଷଣ କମିବା ସହ ପକ୍ଷୀଙ୍କ ସୁରକ୍ଷା ମଧ୍ୟ ହୋଇପାରିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସୌର ଚାଳିତ ବୋଟ ଯୋଗାଇବାକୁ ମତ ଦେଇଛନ୍ତି ପରିବେଶବିତ ।
ଓଡିଶା ଖବର ଆହୁରି ପଢନ୍ତୁ