ବ୍ରଜରାଜନଗର ଗାନ୍ଧି ଛକ ଫାୟାରିଂ ରେ ଚାଲିଗଲା ନବଙ୍କ ଜୀବନ । ତୁରନ୍ତ ଭୁବନେଶ୍ୱରକୁ ଏୟାରଲିଫ୍ଟ ସହ ଆପୋଲୋରେ ଅସ୍ତ୍ରୋପଚାର ମଧ୍ୟ କରାଗଲା । କିନ୍ତୁ ସବୁ ପ୍ରଚେଷ୍ଟା ପରେ ମଧ୍ୟ ଆଖି ବୁଜିଲେ ନବ ।ଆଜି ନବ ଦାସଙ୍କ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ଝାରସୁଗୁଡ଼ା ନିଆଯିବ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।
ନିରବିଗଲେ ନବ, ବିରମହାରାଜପୁର ବିଜେଡି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଅର୍ଗସ ବ୍ୟୁରୋ: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅକାଳ ବିୟୋଗରେ ଶୋକସଭା । ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବିଜେଡି ପକ୍ଷରୁ ସ୍ଥାନୀୟ ଅଫିସର କ୍ଲବ ପରିସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଗତକାଲି ଏଏସଆଇଙ୍କ ଗୁଳିରେ ନବ ଦାସଙ୍କ ମୃତ୍ୟୁ ହୋଇଥିଲା ।ବିରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ନେତୃତ୍ବରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଶ୍ରୀ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସ୍ମୃତିଚାରଣ କରିଥିଲେ ।
Download Argus News App
