୮ ଦିନ ଧରି ଆନ୍ଦୋଳନ ଚାଲିଛି। ଓଡ଼ିଶାର ଚାଷୀକୁଳ ଆଜି ୨୫ ବର୍ଷର ସରକାରରେ ହତାଶ ହୋଇଛି। ଓଡ଼ିଶାରେ ଚାଷୀ ଆତ୍ମହତ୍ୟା, କୁପୋଷଣ, ଚାଷୀ ଅନାହାର ବଢିଛି। ଯାହାକୁ ସରକାର ପ୍ରେମ ଜନିତ ଆତ୍ମହତ୍ୟା ବୋଲି ଦର୍ଶାଇଛନ୍ତି। ଓଡ଼ିଶାରେ ଜଳସେଚନ କମ। ବିଧାନସଭାରେ ମଧ୍ୟ ଏକଥା ଆଲୋଚନା ହୋଇଛି ବୋଲି କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଶଡଙ୍ଗୀ।
ମଞ୍ଜି ସରକାରଙ୍କ ଦ୍ୱାରା ଦିଆଯାଇଛି, କିନ୍ତୁ ତାହା ନକଲି। ବିଜ ବହରୁନାହିଁ। କେନ୍ଦ୍ର ସରକାର ସାର ଯୋଗାଇଲେ, କିନ୍ତୁ ଓଡିଶା ସରକାର ତାକୁ ଅଧିକ ଦାମରେ ବିକ୍ରି କରୁଛନ୍ତି। "ଦଲାଲ ମାଲାମାଲ, ଚାଷୀ ବେହାଲ "। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନାରେ ଓଡିଶା ସରକାର ଏପର୍ଯ୍ୟନ୍ତ ଚାଷୀଙ୍କ ନାମ ଦିଆଯାଇନାହିଁ। ବିଜୁ ଜନତା ଦଳ ନୁହେଁ ଏହା ବଡ଼ ଜାଲିଆତି ଶାସନ।