ଓଡ଼ିଶାରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଟାଟା ପାୱାର ଅଧିଗ୍ରହଣ କଲାପରେ ଲଗାତାର ଭାବେ ରାଜ୍ୟର ବିଦ୍ୟୁତ ଠିକାଦାର ମାନଙ୍କ ବିରୁଦ୍ଧରେ ଏକ ସୁଚିନ୍ତିତ ଷଡଯନ୍ତ୍ର କରି ପ୍ରତ୍ୟେକ ସ୍ତରରେ ଅଣସ୍ବୀକୃତି ପ୍ରାପ୍ତ ଅଣ ଓଡ଼ିଆ ବ୍ୟବସାୟୀ ଗୋଷ୍ଠୀଙ୍କୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି । ଟାଟା ପାୱାର ରାଜ୍ୟର ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଅଧିଗ୍ରହଣ ପୂର୍ବରୁ ବିଦ୍ୟୁତ ଲାଇନ ଓ ସବ-ଷ୍ଟେସନର ପରିଚାଳନା,ରକ୍ଷଣାବେକ୍ଷଣରୁ ଆରମ୍ଭ କରି ନୂତନ ଲାଇନ, ସବ-ଷ୍ଟେସନ ଗୁଡିକର ନିର୍ମାଣ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ସରବରାହର ପୁନଃଉଦ୍ଧାର ଇତ୍ୟାଦି ପ୍ରତ୍ୟେକ କାର୍ଯ୍ୟରେ ରାଜ୍ୟର ବିଦ୍ୟୁତ ଠିକାଦାର ମାନେ ସଂଶ୍ଲିଷ୍ଟ ରହୁଥିଲେ ଏବଂ ତତ୍କାଳୀନ କମ୍ପାନୀ ଓ ରାଜ୍ୟ ସରକାରଙ୍କୁ ସହଯୋଗ କରିଆସୁଥିଲେ I
କିନ୍ତୁ ଟାଟା ପାୱାର ବର୍ତ୍ତମାନ ଏହି ସବୁ କାର୍ଯ୍ୟରେ ଯୋଜନାବଦ୍ଧ ଭାଦେ ବିବାଦୀୟ ଓ ଅସ୍ଵଚ୍ଛ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ରାଜ୍ୟର ସ୍ବୀକୃତିପ୍ରାପ୍ତ ଓଡ଼ିଆ ଠିକାଦାରମାନଙ୍କ ପ୍ରତି ଅବହେଳା କରି ଅଣସ୍ଵିକୃତୀପ୍ରାପ୍ତ ଅନେକ ଅଣଓଡ଼ିଆ ବ୍ୟବସାୟୀ ଗୋଷ୍ଠୀଙ୍କୁ ଅହେତୁକ ପ୍ରୋତ୍ସାହନ ଦେଇ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଉଛି । ଯାହାକୁ ବିରୋଧ କରି ଓଡ଼ିଶାର ବିଦ୍ୟୁତ ଠିକାଦାରମାନେ ଭୁବନେଶ୍ବରର ପାୱାର ହାଉସ ଛକ ନିକଟସ୍ଥ ଟାଟା ପାୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...