ଦୀର୍ଘ 2 ବର୍ଷ ଧରି ସୁପ୍ରଭା ଅଜଣା ରୋଗର ଶୀକାର ହୋଇଛନ୍ତି । ଯାହାକୁ ନେଇ ଅର୍ଗସ ପ୍ରଥମେ ଖବର ପ୍ରସାରଣ କରିଥିଲା । ତେବେ ଏହାକୁ ନେଇ ମହିଳା ଚାଷୀ ଛାୟାରାଣୀ ସାହୁ ସୁପ୍ରଭାର ଚିକିତ୍ସା ଲାଗି ଭୁବନେଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଟୁଇଟ କରି ଜଣାଇଥିଲେ । ପରେ ସାଂସଦ ଅପରାଜିତା ଷଡଙ୍ଗୀ ଦିଲ୍ଲୀ ଏମ୍ସରେ ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତେଣୁ ସୁପ୍ରଭାର ସମସ୍ତ କାଗଜପତ୍ର ଦିଲୀ ଏମ୍ସକୁ ପଠାଇଥିଲେ। ସେଠାକାର ଡାକ୍ତର ମେଡ଼ିସିନ ଖାଇବାକୁ ପରାମର୍ଶ ଦେଇଥିଲେ । ଫଳରେ ସାଂସଦ ସୁପ୍ରଭାର ପରିବାର ନିକଟକୁ 3 ମାସର ମେଡିସିନ ପଠାଇଛନ୍ତି । ମେଡ଼ିସିନ 3 ମାସରେ ସରିବା ପରେ ଚିକିତ୍ସା ବଡ଼ ମେଡିକାଲ କରାଯିବ ବୋଲି ଭିଡିଓ କଲ ମାଧ୍ୟମରେ ପରିବାରକୁ ପ୍ରତିଶୃତି ଦେଇଛନ୍ତି । ପ୍ରତିଶୃତି ପାଇବା ପରେ ପରିବାର ଲୋକଙ୍କ ସହିତ ସ୍ଥାନୀୟ ମହିଳା ଚାଷୀ ଓ ଗାଁ ଲୋକେ ସାଂସଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।