ଭୁବନେଶ୍ୱର: ବର୍ଷକର ରିପୋର୍ଟ ରଖିଲେ ସାଂସଦ ଅପରାଜିତା ଷଡଙ୍ଗୀ । କହିଲେ ସାଂସଦ ଭାବେ ୩ଟି ବଡକାମ କରିଛି, ଆହୁରି ବାକି ଅଛି । ଭରସା ପାଣ୍ଠିରେ ୫ହଜାର ୫ଶହ ଅସହାୟଙ୍କୁ ୧୯ଲକ୍ଷ ସହାୟତା ପ୍ରଦାନ । ସାଂସଦ ଅପରାଜିତା ଷଡଙ୍ଗୀ ଉନ୍ମୋଚନ କଲେ ବାର୍ଷିକ ରିପୋର୍ଟ କାର୍ଡ । ୫୬ ପୃଷ୍ଠାର ଏହି ରିପୋର୍ଟ କାର୍ଡ ଉଭୟ ଇଂରାଜୀ ଓ ଓଡ଼ିଆରେ ପ୍ରକାଶ ପାଇଛି । ଜନ ଅଭିଯୋଗ ଶୁଣାଣି ଓ ସମାଧାନ ପାଇଁ ସାଂସଦ ଗୁରୁତ୍ୱ ଦେଇଛନ୍ତି । ଭରସା ନାମକ ଏକ ଲୋକ କଲ୍ୟାଣ ପାଣ୍ଠି କରି ୫ହଜାର ୫ ସହ ଅସହାୟ ଲୋକଙ୍କୁ ୧୯ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।
ସଂସଦୀୟ ଅଧିବେଶନରେ ଅପରାଜିତାଙ୍କ ଯୋଗଦାନ ୯୭ ପ୍ରତିଶତ ଥିବା ବେଳେ ଜାତୀୟ ଓ ରାଜ୍ୟ ହାର ରହିଛି ୮୩ ପ୍ରତିଶତ। ସଂସଦରେ ସେ ୧୦ ଟି ବିତର୍କରେ ଅଂଶ ଗ୍ରହଣ କରି ୪୫ ଟି ପ୍ରଶ୍ନ ଉପସ୍ଥାପନ କରିଛନ୍ତି । ଗ୍ରାମାଞ୍ଚଳର ଅନ୍ଧାର ଇଲାକାରେ ୧ ହଜାର ସୌରଚଳିତ ଆଲୋକ ବ୍ୟବସ୍ଥା କରିଛନ୍ତି । ହଂସପାଳ ଫ୍ଲାଇ ଓଭର ଓ ଭୁବନେଶ୍ୱର-ସୁରଟ ବିମାନ ସେବା ତାଙ୍କ ଉଦ୍ୟମରେ ହୋଇଥିବା ନେଇ ରିପୋର୍ଟ କାର୍ଡରେ ଉଲ୍ଲେଖ କରାଯାଇଛି ।
ଅର୍ଗସ ବ୍ୟୁରୋ : ଭୂମିକମ୍ପରେ ଥରିଲା ମେଘାଳୟ । ଆଜି ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି । ଭୂମିକମ୍ପ ଯୋଗୁଁ, ମେଘାଳୟ, ଆସାମ ସହ ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ମଧ୍ୟ ତୀବ୍ର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରେକର୍ଡ ହୋଇଛି।
ଅଧିକ ପଢନ୍ତୁ ଭାରତ ଖବର
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା । ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି । ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି । ହଠାତ୍ ଭୂମିକମ୍ପ ଫଳରେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଧନ-ଜୀବନ କ୍ଷତି ନେଇ ସୂଚନା ମିଳିନାହିଁ।
ଅର୍ଗସ ବ୍ୟୁରୋ : ରାଜସ୍ଥାନର ଚିତ୍ତୋରଗଡ଼ରେ ବିଶାଳ ରାଲି କରିଛନ୍ତି ପିଏମ ମୋଦି। ଏହି ଅବସରରେ ସାନୱାଲିଆ ସେଠ୍ ମନ୍ଦିର ଯାଇ ଦର୍ଶନ କରିବା ସହ ଚିତ୍ତୋରଗଡରେ ପ୍ରାୟ 7 ହଜାର କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିବା ସମୟରେ ପ୍ରଧାନମନ୍ତ୍ରୀ ରାଜସ୍ଥାନର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
କଂଗ୍ରେସ ସରକାରରେ ରାଜସ୍ଥାନ ଅପରାଧ ତାଲିକାଲେ ଶୀର୍ଷରେ ରହିବା ଏକ ଲଜ୍ଜାଜନକ ବୋଲି କହିଛନ୍ତି ମୋଦି । ଅପାରଗ ସରକାରକୁ ଟାର୍ଗେଟ୍ କରି କହିଛନ୍ତି ପାଞ୍ଚ ବର୍ଷ ଧରି ରାଜସ୍ଥାନକୁ କେବଳ ଲୁଟିଛି କଂଗ୍ରେସ ସରକାର। ଏବେ ଗେହଲଟ ସରକାର ବିଦାୟ ନେବାର କାଉଣ୍ଟଡାଉନ୍ ଆରମ୍ଭ ହୋଇସାରିଛି। ବିଜେପିକୁ କ୍ଷମତାକୁ ଆଣିବାକୁ ରାଜସ୍ଥାନବାସୀ ମନ ବଳାଇସାରିଛନ୍ତି। ବିଜେପି କ୍ଷମତାକୁ ଆସିଲେ ଭ୍ରଷ୍ଟାଚାରୀଙ୍କୁ ମାଫ୍ କରାଯିବ ନାହିଁ। ପେପର ଲିକ୍ ମାଫିଆଙ୍କୁ ପାତାଳରୁ ବି ଖୋଜି ବାହାର କରି ଦଣ୍ଡ ଦିଆଯିବ।