ଶ୍ରୀ ମହାଲିଙ୍ଗ କହିଛନ୍ତି ପଦମପୁର ମାଟି ହେଉଛି ସ୍ୱାଭିମାନି ଓ ସଂଗ୍ରାମୀମାନଙ୍କର ମାଟି । ଏ ମାଟି ସଂଗ୍ରାମୀ ମାଧୋ ସିଂଙ୍କଙ୍କ ଭଳି ବୀର ସନ୍ତାନଙ୍କୁ ଜନ୍ମ କରିଥିବା ଅଂଚଳ । ପଦମପୁରର ଜନତା ସବୁବେଳେ ସ୍ୱାଭିମାନୀ । ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ନେତାମାନେ ହେଉଛନ୍ତି ସେବକ । ସେବକମାନେ ଏବେ ମାଲିକମାନଙ୍କୁ ଆର୍ଶୀବାଦ ଦେବା କଥା କହିଲେଣି । ପ୍ରତି ବିଜୁ ଜନତା ଦଳ ଦେଇଥିବା ବୟାନକୁ ଆମେ ନିନ୍ଦା କରୁଛୁ । ବା
ବା ନୃସିଂହନାଥ, ହରିଶଙ୍କରର ଆର୍ଶୀବାଦ ଅପେକ୍ଷା କଣ କେଉଁ ବ୍ୟକ୍ତିଙ୍କର ଆର୍ଶୀବାଦ ବଡ କି? ଆଗରୁ ଆଉ ଜଣେ ମନ୍ତ୍ରୀ କହିଥିଲେ ଯେ ଏବେ ଓଡିଶାର ପରିଚୟ କହିଲେ ଜଗନ୍ନାଥ ନୁହନ୍ତି, ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାର ପରିଚୟ । ଏହା କେବଳ ମାତ୍ର ଅହଂକାର ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର ଓ ଅନିଲ ବିଶ୍ୱାଳ ଏବଂ କ୍ଷେତ୍ରୀୟ ମିଡିଆ ସଂଯୋଜକ ମାନସ ବକ୍ସି ପ୍ରମୁଖ ଉପସ୍ଥିତ ଥିଲେ ।