ଏ ନେଇ ସମ୍ପୃକ୍ତ ଯୁବତୀଙ୍କୁ ଵ୍ଲାକମେଲ କରୁଥିଲେ । ପରେ ଯୁବତୀଙ୍କ ବାପା ଲାପଟପକୁ ଆଣିବା ପାଇଁ ସେହି ଅଞ୍ଚଳର ଦୁଇ ଭାଇ ଓ୍ବାଇ ସୁଦୀପ ଓ ଓ୍ବାଇ ସୁନୀଲଙ୍କୁ ନିୟୋଜିତ କରିଥିଲେ । ଲାପଟପ ହାସଲ ପାଇଁ ସୁଦୀପ ଓ ସୁନୀଲ ଗୁଣବତ୍ତିଙ୍କ ଘରକୁ ଯାଇଥିବା ବେଳେ, ଗୁଣବତ୍ତି ଏଥିରେ ବାଧା ସୃଷ୍ଟି କରିଥିଲେ। ଫଳରେ ପନିକିରେ ଗୁଣବତ୍ତିଙ୍କ ଗଳାକାଟି ଦେଇଥିଲେ ଦୁଇ ଅଭିଯୁକ୍ତ ।
ଉଭୟ ସୁଦୀପ ଓ ସୁନୀଲ ଋଣଗ୍ରସ୍ତ ଥିଲେ । ଯୁବତୀଙ୍କ ବାପାଙ୍କ ଠାରୁ ମଧ୍ୟ ଉଭୟ ପ୍ରାୟ ଏକ ଲକ୍ଷ କରଜ କରିଥିଲେ । ତେଣୁ ରବି କୁମାରଙ୍କ ଲାପଟପ ଆଣିଦେଲେ ସେ ସବୁ ୠଣ ମାଫ୍ କରିଵେ ଵୋଲି ପ୍ରସ୍ତାବ ରଖିଥିଲେ । ଏହି କାମ କରିବା ବେଳେ ଵାଟରେ ଯିଏ କଣ୍ଟା ସାଜିଵ ତାଙ୍କୁ ହଟାଇ ଦେଵା ପାଇଁ ପ୍ରସାଦ ଅଭିଯୁକ୍ତଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣା ପଡିଛି । ସେପଟେ ଏହି କଥା କୁ ଖଣ୍ଡନ କରିଛନ୍ତି ପି ଗୁଣବତୀଙ୍କ ପୁଅ । ଆଜି ଦୁଇ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ସୀନ ରୀକ୍ରିଏସନ କରିଛି ପୋଲିସ । ଏହା ସହ ଯୋବ୍ରା ବ୍ୟରେଜରେ ଫୋପଡା ଯାଇଥିବା ଲ୍ୟାପଟପକୁ ଉଦ୍ଧାର ପାଇଁ ସ୍କୁଭାଡ୍ରଇଭର ଙ୍କ ସହାୟତା ନେଇଛି ପୋଲିସ ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।