ବାଂଲାଦେଶରୁ ପଶ୍ଚିମବଙ୍ଗ ଭୟା ଜଳେଶ୍ବର ଦେଇ ବାଲେଶ୍ୱରରେ ପହଞ୍ଚୁ ଥିଲା ବ୍ରାଉସୁଗାର । ଆଉ ବାଲେଶ୍ଵରରେ ହଁ ଅପରେଟ ହେଉଥିଲା ବ୍ରାଉନ ସୁଗାରର ବ୍ଲାକ ବିଜନେସ । କିନ୍ତୁ ଗତ କିଛି ଦିନ ହେବ ରାଜଧାନୀରେ ବଢୁଥିବା ବ୍ରାଉନ କେଶ ଦେଖିଲେ ମନେ ହେଉଛି ନୂଆ କରି ରାଜଧାନୀକୁ ବ୍ରାଉନସୁଗାର ହବ ବନେଇଛନ୍ତି ବ୍ରାଉନସୁଗାର ମାଫିଆ । 2022 ମସିହାରେ କମିଶନରେଟ ପୋଲିସ ରାଜଧାନୀର ବିଭିନ୍ନ ବସ୍ତି ସମେତ ଅନ୍ୟ ଅଞ୍ଚଳରୁ 75 ଟି ଧଳା ଜହର ସମ୍ପର୍କିତ ମାମଲା ଧର ପକଡ କରିଥିବା ବେଳେ 90 ରୁ ଅଧିକ ବ୍ରାଉନସୁଗାଁର ବେପାରୀଙ୍କୁ ଗିରଫ କରିଛି ପୋଲିସ । ଖାଲି ସେତିକି ନୁହଁ ଅବକାରୀ ବିଭଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ 25 ରୁ ଉର୍ଦ୍ଧ୍ବ ସ୍ଥାନରେ ରେଡ଼ ମାରି ବ୍ରାଉନସୁଗର ଜବତ କରାଯାଇଥିବା ବେଳେ 48 ରୁ ଅଧିକ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖୋର୍ଦ୍ଧା ଅବକାରୀ ଟିମ । ରାଜ୍ୟର ରାଜଧାନିରୁ 9 ମାସ ରେ କେଜି କେଜି ବ୍ରାଉନସୁଗାର ଜବତ କରିଥିବା ବେଳେ ସମଗ୍ର ରାଜ୍ୟରୁ କେବଳ 2022 ମସିହାରେ 57 କେଜି ରୁ ଅଧିକ ବ୍ରାଉନସୁଗାର ଜବତ କରିଛି STF । ଅନ୍ୟପଟେ ପୋଲିସ ରାଜ୍ୟ ବ୍ୟାପି ରେଡ଼ କରି ଛୋଟ ବଡ଼ ବ୍ରାଉନସୁଗାର କଥା ନକହିବା ଭଲ ।
ନିଶା ପାଇଁ ଗଡୁଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ବ୍ରାଉନସୁଗାର ଉପରେ ରୋକ ଲଗେଇବା ପାଇଁ ଓଡିଶା ପୋଲିସ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ତାହା ରାଜ୍ୟରେ କେତେ ସଫଳ ଏ ତଥ୍ୟ ହଁ ପୁରା ସ୍ପଷ୍ଟ ପ୍ରମାଣ କରୁଛି । ଅନ୍ୟପଟେ ଗତ କାଲି ଘଟିଥିବା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନିଶା ବେପାରୀ ରଞ୍ଜୁ ଓ ତା ସ୍ବାମୀ କାଁହୁ ସମେତ ହତ୍ୟାକାଣ୍ଡରେ ସାମିଲ ଥିବା ଅନ୍ୟ ସହଯୋଗୀ ଏବେ ବି ଫେରାର ଅଛନ୍ତି । ତେଣୁ କେବେ ବ୍ରାଉନସୁଗର ବିଜନେସର ଚେର ଖୋଜି ଓଡ଼ିଶାକୁ ଡ୍ରଗ୍ସ ଫ୍ରି କରୁଛି ପୋଲିସ ଏବେ ତାହାକୁ ଅପେକ୍ଷା ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।