ରାୟଗଡ଼ା: ଡ୍ରାଇଭରକୁ ଗଳାକାଟି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ ଜିଲ୍ଲା ଟିକିରିଥାନା ନଟରାଜ ପେଟ୍ରୋଲ ପମ୍ପ ସମ୍ମୁଖରେ । ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନରେ ଏକ ଟ୍ରକ ନଂ OR 07 W 0955 ରାଉରକେଲା ଠାରୁ ଟିକିରି ସ୍ଥିତ ଉତ୍କଳ ଆଲୁମିନା କମ୍ପାନୀକୁ ଲୁହା ବୋଝେଇ ନେଇ ଆସୁଥିଲା । ଟିକିରି ପହଂଚିବା ପରେ ନଟରାଜ ପେଟ୍ରୋଲ ପମ୍ପ ସମ୍ମୁଖରେ ଅଟକି ରହିଥିଲା। ତେବେ ଗତକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ଦୀର୍ଘ ସମୟ ଗାଡିଟି ଅଟକି ରହିଥିବାରୁ ସ୍ଥାନୀୟ ଲୋକେ ଯାଇ ଡୋର ବାଡେଇଥିଲେ ।
ଉତର ନ ମିଳିବାରୁ ଉପରକୁ ଉଠି ଦେଖିବା ବେଳେ ଡ୍ରାଇଭରର ରକ୍ତ ଜୁଡୁବୁଡୁ ଶବ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ, ଡଗ୍ ସ୍କ୍ୱାଡ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ଡ୍ରାଇଭର ଜଣକ ଆସ୍କାର ସୁରେନ୍ଦ୍ରନାଥ ପାତ୍ର ବୋଲି ଜଣାପଡିଥିବା ବେଳେ ବ୍ୟବହୃତ ଛୁରୀ ଜବତ ହୋଇଛି ।
ଏନେଇ ଡ୍ରାଇଭରଙ୍କ ପରିବାରକୁ ଖବର ଦିଆଯାଇଛି । ତେବେ ଟ୍ରକର ହେଲ୍ପର ଫେରାର ହୋଇଥିବାରୁ ହେଲ୍ପରକୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରହିଥିବାବେଳେ ବିଳମ୍ବିତ ରାତିରେ ହେଲ୍ପର ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।ଅନ୍ୟପଟେ ପରିବାର ବର୍ଗ ପହଂଚି ଶବକୁ ଚିହ୍ନଟ କରିବାପରେ ଶବ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରାଯିବା ନେଇ ସୂଚନା ଦେଇଛନ୍ତି ଟିକିଟି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ।
ଭୁବନେଶ୍ୱର: ଅକ୍ଟୋବର ପହିଲାରେ ଲଘୁଚାପ ସମ୍ଭାବନା । ସେପ୍ଟେମ୍ବର ୨୯ ତାରିଖ ବେଳକୁ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ପରବର୍ତ୍ତୀ ୪୮ଘଣ୍ଟାରେ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ଵବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସମ୍ଭାବନା ରହିଛି।
ଏହି ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସେହିପରି ବିଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ମାଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି l ସର୍ବାଧିକ ବର୍ଷା ମୟୂରଭଞ୍ଜ ଜିଲ୍ଳାର କପ୍ତିପଦାଠାରେ ରେକର୍ଡ କରାଯାଇଛି l
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭାରତ ଆଗରେ କାନାଡା ପିମ୍ପୁଡି ପରି। ଭାରତ ହାତୀ ହେଲେ କାନାଡା ପିମ୍ପୁଡି ବୋଲି କହିଲେ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ୍ ରୁବିନ୍। ଭାରତ ଉପରେ କାନାଡାର ଅଭିଯୋଗ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ରୁବିନ୍ କହିଛନ୍ତି, ସତ କହିବାକୁ ଗଲେ ଏଥିରେ ଭାରତ ଅପେକ୍ଷା କାନାଡା ପ୍ରତି ଅଧିକ ବିପଦ ରହିଛି। ଯଦି କାନାଡା ଯୁଦ୍ଧ କରିବାକୁ ବାହାରେ, ଏ କ୍ଷେତ୍ରରେ ହାତୀ ସହିତ ପିମ୍ପୁଡ଼ି ଯୁଦ୍ଧ ଘୋଷଣା କରିବା ପରି କଥା ହେବ। ଏହାର କାରଣ ହେଲା ଭାରତ ହେଉଛି ବିଶ୍ବର ବୃହତ୍ତମ ଗଣତନ୍ତ୍ର।
ବିଶେଷକରି, ଭାରତ ମହାସାଗର ବେସିନ୍ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନ୍ର ପ୍ରାଧାନ୍ୟ ଓ ଅନ୍ୟାନ୍ୟ ସମସ୍ୟା ଦୃଷ୍ଟିରୁ ଦେଖିଲେ, ଭାରତର ରଣନୀତି କାନାଡାଠାରୁ ଢେର୍ ଉନ୍ନତ ବୋଲି କହିଛନ୍ତି ପେଣ୍ଟାଗନର ପୂର୍ବତନ ଅଧୀକାରୀ। ଏହା ସହିତ ଆମେରିକା , କାନାଡା ଏବଂ ଭାରତ ମଧଯରେ ନିଶ୍ଚିତ ଭାବରେ ଭାରତ କୁ ସମର୍ଥନ କରିବା ଠିକ୍ ହେବ ବୋଲି ମଧଯ ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଦେଶ ଖବର: