ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ବୋଡେ଼ନ ପୋଲିସ ତଦନ୍ତ କରି ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି l ଜଣେ ଅଭିଯୁକ୍ତ ବୋଡେ଼ନର କୃପାସିନ୍ଧୁ ପାଣ୍ଡେ ହୋଇଥିବା ବେଳେ ଅନ୍ୟ ଜଣେ କନକପୁର ଗାଁର ଟଙ୍କଧର ରଣା l ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଖଡ଼ିଆଳ ଏସଡିପିଓ ଅରୂପ ବେହେରା ସୂଚନା ଦେଇଛନ୍ତି l
ପୂର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ

ଅର୍ଗସ ବ୍ୟୁରୋ :ନୂଆପଡା ଜିଲ୍ଲା ବୋଡେ଼ନ ରେ ପୁର୍ବ ଶତ୍ରୁତା କୁ ନେଇ ହତ୍ୟାକାଣ୍ଡ l ଘଟଣା ରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କଳା ବୋଡେ଼ନ ପୋଲିସ l ସୂଚନା ଅନୁସାରେ ବୋଡେ଼ନ ଥାନା ଅନ୍ତର୍ଗତ କନକପୁର ମୁଖ୍ୟ ରାସ୍ତା କଡ଼ ଜମିରେ ଜାନୁଆରୀ 30 ତାରିଖ ରେ ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ମୃତକ ଲୋକନାଥ ପାଣ୍ଡେ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ବୋଡେ଼ନ ପୋଲିସ l
Download Argus News App
