ସୁରେନ୍ଦ୍ରର କାଠଫାଳିଆ ମାଡରେ ଅନାଥର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ବଚସା ପରେ ହାତାହାତି ହୋଇଥିଲେ । ଗୁରୁତର ଅବସ୍ଥାରେ ଅନାଥ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅନାଥଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ଘର ଗଞ୍ଜାମ ତାଳସର ଗାଁରେ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଇନ୍ଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଘରୋଇ ମେଡିକାଲ କ୍ୟାମ୍ପସର ନିର୍ମାଣଧିନ କୋଠାରେ ହତ୍ୟାକାଣ୍ଡ

ଭୁବନେଶ୍ୱର: ରାଜଧାନୀରରେ ପୁଣି ଏକ ହତ୍ୟାକାଣ୍ଡ । ଘରୋଇ ମେଡିକାଲ କ୍ୟାମ୍ପସର ନିର୍ମାଣଧିନ କୋଠାରେ ଘଟଛି ଅଘଟଣ । ଦୁଇ ଶ୍ରମିକ ମଧ୍ୟରେ ବଚସାରୁ ଗୋଣ୍ଡଗୋଳ ବିବାଦ ହୋଇଥିଲା । ମୃତକ ଜଣକ ହେଲେ ଗଂଜାମ ତାଳସରର ଅନାଥ ସେଠୀ । ତେବେ ଅଭିଯୁକ୍ତ ସୁରେନ୍ଦ୍ର ଦାସଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି ।
Download Argus News App
