ନାବାଳିକା ଅପହରଣ ଉଦ୍ୟମବେଳେ ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ !
ରାଜଧାନୀରେ ନିର୍ମମ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ନିର୍ମମ ହତ୍ୟା । ମଞ୍ଚେଶ୍ୱର ମୁଣ୍ଡା ସାହିରେ ଯୁବକଙ୍କୁ ଇଟାରେ ଛେଚି ଛେଚି ହତ୍ୟା । ପୁଣି ହତ୍ୟା ପରେ ଇଟା ଗଦାରେ ପୋତି ଦେଲେ ଦୂର୍ବୃତ୍ତ । ମୃତକଙ୍କ ନାମ ମୁକେଶ ଚୌଧୁରୀ ବୋଲି ଜଣାପଡିଛି । ପଳାଶୁଣି ଅଂଚଳରେ ସେ ଶ୍ରମିକ ଭାବେ କାମ କରନ୍ତି । ଗତକାଲି ରାତିରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୂର୍ବ ଶତ୍ରୁତାରୁ ହତ୍ୟା କରଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରୁଛି ।
Download Argus News App
