ଓସ୍ତପଦା ଗାଁର ଯୁବକ ସଞ୍ଜୟ ନାୟକଙ୍କ ସହ ଲୁହାଗୁଡଡ଼ି ଗାଁର ଜଣେ ଯୁବତୀଙ୍କର ଗତ ମାସ ୨୦ ତାରିଖରେ ନିର୍ବନ୍ଧ ହୋଇଥିଲା । ଗତ ଦୁଇ ଦିନ ପୂର୍ବରୁ ଯୁବକକୁ କନ୍ୟା ଘର ଲୋକେ ତାଙ୍କ ଗାଁକୁ ଡକାଇ ଥିଲେ । ଆଜି ସକାଳେ କନ୍ୟା ଘର ଲୋକେ ଯୁବକକୁ ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭର୍ତ୍ତି କରାଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଯୁବକର ବେକରେ ଏବଂ ମୁଣ୍ଡରେ କ୍ଷତ ଚିହ୍ନ ରହିଛି । ତେଣୁ ତାଙ୍କୁ ତାଙ୍କ ଶ୍ୱଶୂର ଘର ଲୋକ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି ।