
ସମ୍ବଲପୁର: ସମ୍ବଲପୁରରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ବଳିଦାନର ପର୍ବ ମହରମ । ତେବେ ସମ୍ବଲପୁର ମହରମର ଏକ ସ୍ଵତନ୍ତ୍ରତା ରହିଛି । ୩ ଶହ ବର୍ଷ ହେଲା ଏଠାରେ ଏକ ହିନ୍ଦୁ ପରିବାର ମହରମ ପାଳନ କରିଆସୁଛନ୍ତି । ଆଉ ତାଜିଆ ଶୋଭାଯାତ୍ର ମଧ୍ୟ ବାହାର କରୁଛନ୍ତି । ସମ୍ବଲପୁର ମୁଦିପଡାର ପଢିଆରୀ ପରିବାର ଅତି ଶ୍ରଦ୍ଧାର ସହ ମହରମ ପାଳନ କରି ସାମ୍ପ୍ରଦାୟିକ ସଦଭାବନାର ଉଦାହରଣ ସୃଷ୍ଟି କରୁଛନ୍ତି । ପ୍ରତ୍ୟେକ ବର୍ଷ ଏହି ପରିବାର ତାଜିଆ ଶୋଭାଯାତ୍ରା କରିଥାନ୍ତି ।
ଯେଉଁଥିରେ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବହୁ ଲୋକ ଅଶଂଗ୍ରହଣ କରନ୍ତି । ତେବେ ୧୬୬୪ ମସିହାରେ ସାଉଦି ଆରବର ମକ୍କାରୁ ମସ୍ଥାନ ଓ ନଜିର ନାମକ ୨ ଜଣ ଇସଲାମ ଧର୍ମଗୁରୁ ସମ୍ବଲପୁର ଆସି ମୁଦିପଡାର ପଢିଆରୀ ପରିବାର ସହ ୧୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ସେମାନେ ହିଁ ତତ୍କାଳୀନ ରାଜା ଛତ୍ରସେନ ଦେବଙ୍କଠାରୁ ଏହି ମହରମ ତଜିଆ ଶୋଭାଯାତ୍ରା ବାହାର କରିବା ପାଇଁ ଅନୁମତି ନେଇଥିବା ଆୟୋଜକ କହିଛନ୍ତି ।
