ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ସହରରେ । କଣ୍ଟାବାଞ୍ଜି ପାଖ ଝୁପଡିପଡାର ନିତ୍ୟାନନ୍ଦ ସଗରିଆ ହାଇଦ୍ରାବାଦ ଦାଦନ ଖଟି ଯାଇଥିଲେ । କିଛି ଦିନ ହେବ ସେ ଘରକୁ ଫେରିଛନ୍ତି । ଗତ କାଲି ସେ ଘରୁ ବାହାରି ଆଉ ଘରକୁ ଫେରିନଥିଲେ । ତେବେ ଆଜି କଣ୍ଟାବାଞ୍ଜି ଟ୍ରଲିପଡା ପାଖ ରେଳ ଟ୍ରାକରୁ ମୃତ ଦେହ ଉଦ୍ଧାର ହୋଇଛି । କଣ୍ଟାବାଞ୍ଜି ଜିଆରପି ଏବଂ ଆରପିଏଫ ଫହଞ୍ଚି ଶବକୁ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ପ୍ରାଥମିକ ତଦନ୍ତ ଏବଂ ପରିବାର ଲୋକଙ୍କ କହିବ ଅନୁସାରେ ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଥିବେ ବୋଲି ସନ୍ଦେହ କରାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର