ଆଉ କହିଛନ୍ତି କେଉଁ କାରଣ ପାଇଁ ନବ ଦାସ ଶନି ମନ୍ଦିର ସୁନାର କଳସ ଦାନ କରିଥିଲେ ତାହା ଜ୍ୟୋତିଷଙ୍କୁ ପଚାରିଲେ ହିଁ ଜଣାପଡିବ । ସେପଟେ ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ମାମଲାରେ ପୁଣିଥରେ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି ମନ୍ତ୍ରୀଙ୍କୁ ହତ୍ୟା କରାଯିବା ପଛରେ ରହିଛନ୍ତି ବିଜେଡି ଦଳର ବଡବଡ ନେତା ।
ଗୋଟିଏ ପଟେ ମନ୍ତ୍ରୀ ନବକିଶୋର ଦାସଙ୍କୁ ହତ୍ୟା କରାଯିବା ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ କାରଣ ଖୋଜିବାରେ ବିଫଳ ହୋଇଛି ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ । ଅନ୍ୟପଟେ ବିଜୁ ଜନତା ଦଳର ନେତା ସମ୍ବେଦନତା ହରାଇ ଏବେ ଉପନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବାକୁ ନିନ୍ଦା କରିଛି କଂଗ୍ରେସ । ସେପଟେ ନବ ଦାସଙ୍କ ମୃତ୍ୟୁ କୁ 11 ଦିନ ବିତିଯାଇଥିବା ବେଳେ ଏହି ଘଟଣାକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି ବିଜୁ ଜନତା ଦଳର ନେତା ।
ଦିବଂଗତ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । କେବଳ ରାଜନେତା ନଥିଲେ । ସେ ଥିଲେ ଜଣେ ବଡ ବ୍ୟବସାୟୀ । ପଶ୍ଚିମଓଡିଶାରେ ଚାଲିଥିବା କୋଇଲା ବ୍ୟବସାୟରେ ସେ ମୁଖ୍ୟ କାର୍ପଟଦାର ଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ନିର୍ଦେଶରେ ଖଣି ଖାଦାନ କାରବାର ହେଉଥିଲା । ଆଉ ସମସ୍ତଙ୍କ ବେଶ ପ୍ରିୟ ଥିଲେ ନବ । ହେଲେ ତାଙ୍କର ଏତେ ଲୋକପ୍ରିୟକା ସତ୍ବେ ପୋଲିସ ତାଙ୍କୁ ଗୁଳି ମାରି ହତ୍ୟା କରିବା ଘଟଣାକୁ ସହଜରେ ହଜମ କରୁନାହାନ୍ତି ଓଡିଶାବାସୀ ।