ରିମାଣ୍ଡର ତୃତୀୟ ଦିନରେ କ୍ରାଇମବ୍ରାଞ୍ଚର ଘନ ଘନ ଜେରା । ବ୍ରଜରାଜନଗରରେ ସାଢେ ୩ ଘଣ୍ଟା ଧରି ସରକାରୀ ଭାସଭବନରେ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଜେରା । ଅପରାହ୍ନ ସାଢେ ୧୨ଟାରୁ ଅପରାହ୍ନ ୪ ଟା ଯାଏଁ ସରକାରୀ କ୍ବାର୍ଟସରେ ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଏହାପରେ ନିଆଯାଇଥିଲା ଗାନ୍ଧି ଛକ ଫାଣ୍ଡି । ଯେଉଁଠି ଗୋପାଳଙ୍କର ଏକ ଭରନା କାରକୁ କ୍ରାଇମବ୍ରାଞ୍ଚକୁ ମିଳିଛି କିଛି ଦସ୍ତାବିଜ । ସେପଟେ ବ୍ରହ୍ମପୁର ବସଷ୍ଟାଣ୍ଡରେ କିଛି ବସ୍ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ କ୍ରାଇମବ୍ରାଞ୍ଚ ଟିମ୍ ।
ଗୋପାଳ ପାଇଁ କେଉଁ ବସରେ ମେଡିସିନ ଯାଉଥିଲା, କେଉଁ ବସରେ ଗୋପାଳ କେତେଥର ବ୍ରହ୍ମପୁରରୁ ବ୍ରଜରାଜନଗର ଯାଇଛନ୍ତି ପଚାରିଥିଲେ କ୍ରାଇମବ୍ରାଞ୍ଚ ଅଧିକାରୀ । ସେହିପରି ଅଭିଯୁକ୍ତ ଗୋପାଳଙ୍କ ବନ୍ଧୁ ପ୍ରଦୀପ ବେହେରାଙ୍କୁ ଶୁକ୍ରାବର ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ମନ୍ତ୍ରୀ ନବ ଦାସଙ୍କୁ ନେଇ କ୍ରାଇମବ୍ରାଞ୍ଚକୁ କୌଣସି ସୁରାକ୍ ମିଳିନଥିବା ବେଳେ ପ୍ରଶ୍ନ ଘେରରେ ପୋଲିସର ଭୂମିକା । ନବଙ୍କୁ ଗୁଳିମାରିବା ପରେ ପରେ ହିଁ ଝାରସୁଗୁଡ଼ା ପୁଲିସ ଗୋପାଳଙ୍କୁ ଘଟଣାସ୍ଥଳରୁ କାବୁ କରି ବିମାନବନ୍ଦର ଥାନାକୁ ଆଣିଥିଲେ । ତାଙ୍କ ପକେଟରୁ ବନ୍ଧୁକ ଓ ମୋବାଇଲ୍ ଫୋନ୍ ବି ।