ଅସ୍ତି ବିସର୍ଜନ ପାଇଁ ପୁଅ ବିଶାଳ ଦାସଙ୍କ ସହିତ ପରିବାର ୪ ଜଣ ସାଙ୍ଗରେ ଯାଇଛନ୍ତି । ଏପଟେ ନବଙ୍କ ହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ କ୍ରାଇମବ୍ରାଞ୍ଚ।
ଝାରସୁଗୁଡ଼ା : ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ଅସ୍ଥି ବିସର୍ଜନ ପାଇଁ ଆଜି ପୁଅ ବିଶାଳ ଝାରସୁଗୁଡ଼ା ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଯାଇଛନ୍ତି ପ୍ରୟାଗରାଜ। ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ଅସ୍ଥି ନେଇ ପ୍ରୟାଗରାଜ ସ୍ଥିତ ଗଙ୍ଗା ନଦୀରେ ଆସନ୍ତା କାଲି ହିନ୍ଦୁ ରୀତିନୀତି ଅନୁସାରେ ଗଙ୍ଗାରେ ଅସ୍ତି ବିସର୍ଜନ କରିବେ ।
ଅସ୍ତି ବିସର୍ଜନ ପାଇଁ ପୁଅ ବିଶାଳ ଦାସଙ୍କ ସହିତ ପରିବାର ୪ ଜଣ ସାଙ୍ଗରେ ଯାଇଛନ୍ତି । ଏପଟେ ନବଙ୍କ ହତ୍ୟାକୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନାହିଁ କ୍ରାଇମବ୍ରାଞ୍ଚ।